ହୀରାକୁଦକୁ ଜଳ ପ୍ରବେଶ ବୃଦ୍ଧି: ୮ ଗେଟ୍‌ ଖୋଲା

ସମ୍ବଲପୁର : ହୀରାକୁଦ ଉପର ମୁଣ୍ଡରେ ବର୍ଷା ଲାଗି ରହିଥିବାବେଳେ ଗୁରୁବାର ସଂଧ୍ୟା ୬ଟା ବେଳେ ଜଳଭଣ୍ଡାରକୁ ୧,୨୦,୭୨୮ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ରାତି ୯ଟା ବେଳକୁ ଏହା ବୃଦ୍ଧି ପାଇ ୧, ୯୭, ୭୫୯ କ୍ୟୁସେକରେ ପହଞ୍ଚିଥିଲା। ସଂଧ୍ୟା ୬ଟା ବେଳକୁ ହୀରାକୁଦର ଜଳସ୍ତର ୬୨୪.୫୨ ଫୁଟ୍‌ ଥିଲାବେଳେ ରାତି ୯ଟା ବେଳକୁ ତାହା ବୃଦ୍ଧି ପାଇ ୬୨୪.୭୨ ଫୁଟ୍‌ରେ ପହଞ୍ଚିଥିଲା। ସେତିକି ବେଳକୁ ୫ଟି ସ୍ଲୁଇସ୍‌ ଗେଟ୍‌ ଓ ଅନ୍ୟାନ୍ୟ ମାର୍ଗ ଦେଇ ୯୨, ୮୧୬ କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଥିଲା। ୯ଟା ୪୫ରୁ ୧୦ଟା ୪୫ ମଧ୍ୟରେ ଆଉ ୩ଟି ଗେଟ୍‌ ଖୋଲା ଯିବା ପରେ ଜଳ ନିଷ୍କାସନ ପ୍ରାୟ ୪୫ ହଜାର କ୍ୟୁସେକ୍‌ ବୃଦ୍ଧି ପାଇଥିବା ଜଣା ପଡ଼ିଛି।

ସମ୍ବନ୍ଧିତ ଖବର