ଡିସେମ୍ବର ୫ରେ ୮ ଘଣ୍ଟିଆ ଭଦ୍ରକ ବନ୍ଦ୍, ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି

ଭଦ୍ରକ: ଆସନ୍ତାକାଲି (ଡିସେମ୍ବର ୫) କଂଗ୍ରେସ ପକ୍ଷରୁ ଭଦ୍ରକ ବନ୍ଦ୍ ଡାକରା ଦିଆଯାଇଛି। ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟ ଓ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜିଲ୍ଲାବାସୀ ଓ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ବହୁ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଉଛି। ମାତ୍ର  ରାଜ୍ୟ ସରକାର ଭଦ୍ରକ ବାସୀଙ୍କର ଏହି ପ୍ରମୁଖ ଦାବି ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଅତୀତରେ ଏହି ଦୁଇ ପ୍ରମୁଖ ଦାବିକୁ ନେଇ ଭଦ୍ରକରେ ବହୁବାର କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇ ଛି। ଏହାର କିଛି ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡି ନହିଁ।
ରାଜ୍ୟରେ ପରିଚାଳିତ ବିଜେଡ଼ି ସରକାର ଅନ୍ୟ ଜିଲ୍ଲାରେ ମେଡ଼ିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି। ମାତ୍ର ଭଦ୍ରକ ଜିଲ୍ଲାରେ କାହିଁକି  ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କରାଯିବ ନାହିଁ ବୋଲି କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି। ଜିଲ୍ଲାର ଏହି ଦୁଇଟି ପ୍ରମୁଖ ଦାବି ନେଇ ଶତାଧିକ କଂଗ୍ରେସ କର୍ମୀ ନଳିନୀଙ୍କ ନେତୃତ୍ୱରେ ଆସନ୍ତାକାଲି ଭଦ୍ରକ ବନ୍ଦ୍ କରିବେ। ରାଜ୍ୟ ସରକାର ଜିଲ୍ଲାର ଦୁଇ ପ୍ରମୁଖ ଦାବି ପୂରଣ କରୁ ନଥିବାରୁ କଂଗ୍ରେସ ଦଳ ତରଫରୁ ଆସନ୍ତାକାଲି ୮ ଘଣ୍ଟିଆ ଭଦ୍ରକ ବନ୍ଦ୍ କରାଯିବ। ସକାଳ ୬ ରୁ ଦିନ ୨ ଟା ପର୍ଯ୍ୟନ୍ତ ଭଦ୍ରକ ସହର କୁ ବନ୍ଦ୍ କରାଯିବ। ଏହି ବନ୍ଦ୍ ଡାକରା ଭଦ୍ରକ ସହର ଭିତରେ ସୀମିତ ରହିବ। ରାଜ୍ୟ ସରକାର ଭଦ୍ରକବାସୀଙ୍କର ଏହି ଦାବିକୁ ନଶୁଣିଲେ ଆଗାମୀ ଦିନରେ ଭଦ୍ରକରେ ଆନ୍ଦୋଳନ ଦୁର୍ବାର ହେବା ସହ। ଏହି ଆନ୍ଦୋଳନ ଭୁନେଶ୍ୱରରେ କରାଯିବ ଏପରିକି ବିଧାନ ସଭା ଆଗରେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆ ଯାଇଛ।
ସମ୍ବନ୍ଧିତ ଖବର