ପୂର୍ଣ୍ଣିମାରେ ୮ ଘଣ୍ଟା ସୁନାବେଶ ଦର୍ଶନ

ପୁରୀ : କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ରାଜାଧିରାଜ ବେଶ ତଥା ସୁନାବେଶରେ ଦର୍ଶନ ଦେବେ। ଯେହେତୁ ଏହିଦିନ ଚନ୍ଦ୍ରଗ୍ରହଣ ଲାଗୁଛି, ଦେବନୀତି ନିଷେଧ ପୂର୍ବରୁ ଅର୍ଥାତ୍‌ କାର୍ତ୍ତିକ ପୂର୍ଣ୍ଣିମା ପୂର୍ବଦିନ ରାତିରୁ ଶ୍ରୀମନ୍ଦିରରେ ପୂର୍ଣ୍ଣିମା ନୀତିକାନ୍ତି ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି।

ବିଳମ୍ବିତ ରାତିରୁ ମହାପ୍ରଭୁଙ୍କ ସୁନା ଅଳଙ୍କାର ଲାଗି ହେବ। ପରେ ପାକତ୍ୟାଗ, ଦେବନୀତି ନିଷେଧ ପରଠାରୁ ଗ୍ରହଣ ମହାସ୍ନାନ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ସୁନାବେଶ ଦର୍ଶନର ବ୍ୟବସ୍ଥା କରାଯାଇଛି। କିନ୍ତୁ, ଦ୍ବାରଫିଟାଠାରୁ ଦେବନୀତି ନିଷେଧ ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ। ଭକ୍ତମାନେ ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣିମାରେ ସର୍ବାଧିକ ସମୟ ଶ୍ରୀଜିଉଙ୍କ ସୁନାବେଶ ଦର୍ଶନ କରିବେ‌ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଅନନ୍ତ ତିଆଡ଼ି କହିଛନ୍ତି। କିନ୍ତୁ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଏନେଇ କୌଣସି ସ୍ପଷ୍ଟ ଉତ୍ତର ଦେଇନାହାନ୍ତି। ନୀତି ଦେଖି ଯାହା କିଛି ନିଷ୍ପତ୍ତି ହେବ ବୋଲି ଜିଲ୍ଲା ଶ୍ରୀ ବର୍ମା କହିଛନ୍ତି।

ସମ୍ବନ୍ଧିତ ଖବର