ପାଣିକୋଇଲି: କୋରେଇ ବ୍ଲକ ପଥରପଦା ପଞ୍ଚାୟତର ଖସାଗଡ଼ିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ଗଙ୍ଗାଧର ସେନାପତିଙ୍କ ୮ ବଖରା ଘର ଜଳିଯାଇଛି। ଘର ଭିତରେ ଥିବା ଧାନ, ଚାଉଳ, ଆସବାବପତ୍ର ସହ ବ୍ୟାଙ୍କ ଖାତା ତଥା ଦରକାରୀ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ପଡ଼ୋଶୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ବୈତରଣୀ ରୋଡ୍ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ ସେତବେଳକୁ ସବୁ ପୋଡ଼ି ପାଉଁଶ ହୋଇଯାଇଥିଲା। ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।
ଖବରପାଇ ପାଣିକୋଇଲିର ସ୍ବେଚ୍ଛାସେବୀ ସଂଗଠନ ଆମେ ଆପଣଙ୍କ ପାଇଁ ହେଲ୍ପିଙ୍ଗ୍ ଗ୍ରୁପ୍ର ସଦସ୍ୟମାନେ ପହଞ୍ଚି ସହାୟତା କରିଛନ୍ତି। ଶୁଖିଲା ଖାଦ୍ୟ ସାମଗ୍ରୀ ସହ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ହେଲ୍ପିଙ୍ଗ୍ ଗ୍ରୁପ ପକ୍ଷରୁ ଅଶୋକ କୁମାର ଦାସ, ମଧୁସ୍ମିତା ବାରିକ, ସୁନୀଲ କୁମାର ଓଝା, ପ୍ରଦୀପ ମାଝୀ, ଅଜୟ ସାହୁ, ହରେକୃଷ୍ଣ ପଣ୍ଡା ଉପସ୍ଥିତ ଥିଲେ। ବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/30-5.jpg)