ଏସ୍‌ସିବିର ପୁଣି ୮ହାଉସ୍‌ସର୍ଜନଙ୍କୁ କରୋନା; ସଂକ୍ରମିତ ହେଲେଣି ୩୬ ଡାକ୍ତରଙ୍କ ସମେତ ୬୨ କରୋନା ଯୋଦ୍ଧା

କଟକ : କଟକ ବଡ଼ ଡାକ୍ତରଖାନାରୁ ଗୋଟିଏ ଦିନରେ ୮ଜଣ ହାଉସ୍‌ସର୍ଜନ୍‌ଙ୍କ ସମେତ ୧୦ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଆଜିର ସଂଖ୍ୟାକୁ ମିଶାଇ ଏସ୍‌ସିବିରେ ୩୬ଜଣ ଡାକ୍ତର କରୋନା ସଂକ୍ରମିତ ହେବା ସହ ୬୨ରୁ ଅଧିକ ସ୍ବାସ୍ଥ୍ୟକର୍ମଚାରୀ ସଂକ୍ରମିତ ହେଲେଣି। ଏହା ଏସ୍‌ସିବି ପାଇଁ ଉଦ୍‌ବେଗଜନକ ପରିସ୍ଥିତି ସୃଷ୍ଟି କଲାଣି। କେବଳ ସେତିକି ନୁହେଁ, ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ୩ଜଣ, କରୋନା ନୋଡାଲ ଅଫିସରଙ୍କ କାର୍ଯ୍ୟାଳୟର ସୁରକ୍ଷାକର୍ମୀ ମଧ୍ୟ ସଂକ୍ରମିତ ହୋଇଛନ୍ତି।

ଏସ୍‌ସିବି ହଷ୍ଟେଲରୁ ପାଖାପାଖି ୨୮୨ଜଣ ହାଉସ୍‌ସର୍ଜନ ଓ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଥିଲା। ସେଥିରୁ ୮ଜଣ ହାଉସ୍‌ସର୍ଜନ୍‌ ଓ ୨ଜଣ କର୍ମଚାରୀ ସଂକ୍ରମିତ ହୋଇଛନ୍ତି। ଏଭଳି ସ୍ଥିତିରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଏସ୍‌ସିବିର ଟ୍ରାନ୍ସଫ୍ୟୁଜନ ମେଡିସିନ୍‌ ବିଭାଗର ୪ଜଣ, ନିଶ୍ଚେତକ ବିଭାଗର ୩ଜଣ, ଦନ୍ତ ବିଭାଗର ୩ଜଣ, ମେଡିସିନ୍‌, ନ୍ୟୁରୋସର୍ଜରି, ପଲ୍‌ମ୍ୟୁନାରି ମେଡିସିନ୍‌, ହୃଦ୍‌ରୋଗ ବିଭାଗ, ସର୍ଜରି, ଚର୍ମରୋଗ ବିଭାଗ, ହାଉସ୍‌ସର୍ଜନ ଡାକ୍ତରଙ୍କୁ ମିଶାଇ ୩୬ରୁ ଅଧିକ ଡାକ୍ତର ସଂକ୍ରମିତ ହେଲେଣି। ଅନ୍ୟପଟେ ଅଧୀକ୍ଷକଙ୍କ କାର୍ଯ୍ୟାଳୟରୁ ୩ଜଣ ଚିହ୍ନଟ ହେବା ପରେ ଚିନ୍ତା ବଢିଛି।

ସମ୍ବନ୍ଧିତ ଖବର