୮ ଲକ୍ଷଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ରବିବାର ଦୁଇଟି ଭିନ୍ନ ମାମଲାରେ ଚଢ଼ଉ କରାଯାଇ ୮୦ ଗ୍ରାମ ବ୍ରାଉନସୁଗାର ସହ ୨ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନାନୁସାରେ, ଖୋର୍ଦ୍ଧା ଅବକାରୀ ଟିମ୍ ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡ ନିକଟରେ ଚଢ଼ଉ କରି ଖୋର୍ଦ୍ଧା ଡମ ସାହିର ଲୋକନାଥ ରାଉଳ (୧୯)କୁ ଧରିଥିଲେ । ଲୋକନାଥର ପ୍ୟାଣ୍ଟ ପକେଟରୁ ଏକ ପୁଡିଆ ଜବତ କରିଥିଲେ। ସେଥିରେ ୨୬ ଗ୍ରାମ ବ୍ରାଉନସୁଗାର ଥିବା ଜଣାପଡିଛି। ତାହାକୁ ଜବତ କରାଯାଇଛି। ଏ ସଂକ୍ରାନ୍ତରେ ନଂ. ୯୦/୨୩ରେ ଏକ ମାମଲା ରୁଜୁ କରାଯାଇଛି। ସେହିପରି ନୂଆ ବସଷ୍ଟାଣ୍ଡ ଠାରୁ ୫୦୦ ମିଟର ଦୂର ହାବେଳୀ ପଡ଼ିଆ ନିକଟରୁ ଅନ୍ୟ ଜଣେ ଯୁବକଙ୍କ ଠାରୁ ୫୪ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଅଭିଯୁକ୍ତ ଜଣକ ଖୋର୍ଦ୍ଧା କାମନାବର ସାହିର ରାହୁଲ ନାୟକ (୧୯) । ରାହୁଲ ବିରୋଧରେ ନଂ.୧୩୪/୨୦୨୩ରେ ଏକ ମାମଲା ରୁଜୁ କରାଯାଇଛି। ଉଭୟ ମାମଲାରେ ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର