ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଅଞ୍ଚଳରୁ ୮ ଦାଦନ ଛତିଶଗଡ ଚାଲାଣ ବେଳେ ନବରଙ୍ଗପୁର ଶ୍ରମ ବିଭାଗ ଉଦ୍ଧାର କରିଛି। ଜିଲ୍ଲା ଶ୍ରମ ଅଧିକାରୀ ନରେନ୍ଦ୍ର ଗୋଇପାଇଙ୍କ କହିବା ଅନୁଯାୟୀ, ତେନ୍ତୁଳିଖୁଣ୍ଟି ବ୍ଲକର ଜାନୀଗୁଡା ଓ ପଥରଲସା ଗାଁର ୮ଜଣ ଶ୍ରମିକଙ୍କୁ ଜଗତସିଂହପୁର ଜିଲ୍ଲାର ବିଶ୍ବଜିତ ଲେଙ୍କା ନାମକ ଜଣେ ବ୍ୟକ୍ତି ବିନା ଶ୍ରମ ଲାଇସେନସରେ ଛତିଶଗଡର ନଗରନାର ସ୍ଥିତ ଏନଏମଡିସିକୁ କାମ କରାଇବା ପାଇଁ ନେଉଥିଲେ। ସମସ୍ତ ଶ୍ରମିକ ପ୍ରାପ୍ତବୟସ୍କ ବୋଲି ଅନୁସନ୍ଧାନରୁ ଜଣାପଡିଛି। କୌଣସି ସୂତ୍ରରୁ ଖବର ପାଇ ଜଗନ୍ନାଥ ମନ୍ଦିର ନିକଟରୁ ଗୋଟିଏ ବସରୁ ଏହି ଶ୍ରମିକ ମାନଙ୍କୁ ଉଦ୍ଧାର କରାଯାଇଥିଲା। ଏହି ଶ୍ରମିକଙ୍କୁ ବେହେରା ବିଲଡର ନାମକ ଏକ ସଂସ୍ଥାର ସୁପରଭାଇଜର ଛତିଶଗଡ ନେଉଥିଲେ। ସମସ୍ତ ଶ୍ରମିକ ଓ ନେଉଥିବା ସଂସ୍ଥାର କର୍ମଚାରୀଙ୍କୁ ଶ୍ରମ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରାଯାଇଥିଲା। ତେବେ ଶ୍ରମିକ ଚାଲାଣକାରୀ ବିଶ୍ବଜିତ ଜିଲ୍ଲା ଶ୍ରମ ବିଭାଗ ପାଖରେ ଶ୍ରମିକ ଚାଲାଣ ପାଇଁ ଲାଇସେନସ୍ କରିନଥିବାରୁ ୩ଦିନ ମଧ୍ୟରେ ଲେବର ଲାଇସନେସ୍ ଦାଖଲ କରିବା ପାଇଁ ଶ୍ରମ ବିଭାଗକୁ କହିଛି। ଯଦି ୩ ଦିନ ମଧ୍ୟରେ ଲେବର ଲାଇସେନସ୍ ଦାଖଲ ନକରିଲେ ଗିରଫ କରାଯିବ ବୋଲି କହିଛନ୍ତି ଶ୍ରମ ଅଧିକାରୀ। ସେହିପରି ଶ୍ରମିକଙ୍କୁ ବାହାର ରାଜ୍ୟକୁ କାମ କରିବା ପାଇଁ ଗଲେ ପଞ୍ଚାୟତରେ ପଞ୍ଜୀକରଣ କରି ଯିବାକୁ କୁହାଯାଇଥିଲା। ଏହି ଚଢ଼ାଉରେ ଶ୍ରମ ଅଧିକାରୀ ନେତୃତ୍ବ ନେଇଥିବା ବେଳେ ଶ୍ରମ ନିରୀକ୍ଷକ ବୁଲୁ ଶ୍ରୀହରିଆ ଓ ବୁଲୁ ଦାସ ଭାଗ ନେଇଥିଲେ।
୮ ଦାଦନଙ୍କୁ ଉଦ୍ଧାର କଲା ଶ୍ରମ ବିଭାଗ
/sambad/media/post_attachments/wp-content/uploads/2018/12/workers.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)