ପୁଣି ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ, ରାଜ୍ୟରେ ସୁସ୍ଥ ହୋଇଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ଜଣାଯାଇଛି। ଏମାନଙ୍କ ଭିତରୁ ଯାଜପୁର ଜିଲ୍ଲାର ୪ଜଣ, ଭଦ୍ରକ ଜିଲ୍ଲାର ୨ଜଣ, ବାଲେଶ୍ବର ଓ କେନ୍ଦୁଝର ଜିଲ୍ଲାର ଜଣେ ଲେଖାଏଁ ବୋଲି ସୂଚନା ମିଳିଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ଭିତରୁ ମୋଟ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି।
ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଏବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫୦୩ ଥିବା ବେଳେ ୧୬୬ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୩ଜଣଙ୍କର ମୃତ୍ୟୁ ଘଟିଛି।

ରାଜ୍ୟରେ ଆଜି ପୁଣି ୬୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଞ୍ଜାମ ଓ ବାଲେଶ୍ୱର ଜିଲ୍ଲାରୁ ସର୍ବାଧିକ ୧୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପୁରୀରୁ ୧୦, ଭଦ୍ରକରୁ ୬ , ଯାଜପୁରରୁ ୨, ନୟାଗଡରୁୁ ୩ , ଦେବଗଡ଼, ସୁନ୍ଦରଗଡ଼ ଓ କଟକ ଜିଲ୍ଲାରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଠାବ ହୋଇଥିବା ଜଣାଯାଇଛି। ଏହାଫଳରେ ଗଞ୍ଜାମ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୬୪, ବାଲେଶ୍ବରରେ ୧୦୨, ଯାଜପୁରରେ ୯୦ , ସୁନ୍ଦରଗଡ଼ରେ ୨୫ , ପୁରୀରେ୧୪, କେନ୍ଦ୍ରାପଡ଼ାରେ ୨୨. ଅନୁଗୁଳରେ ୧୫,ଖୋର୍ଦ୍ଧାରେ ୫୩, ଦେବଗଡ଼ରେ ୨ , ଭଦ୍ରକରେ ୪୬, ନୟାଗଡ଼ରେ ୪ ଓ ଜଗତସିଂହପୁରରେ ୫ରେ ପହଞ୍ଚିଛି।

ସମ୍ବନ୍ଧିତ ଖବର