ଭୁବନେଶ୍ବର: ରାଜ୍ୟରେ ପୁଣି ଚିହ୍ନଟ ହେଇଥିବା ୧୪ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂପର୍କରେ ଅଧିକ ତଥ୍ୟ ପ୍ରଦାନ କରିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ସେ କହିଛନ୍ତି, ୧୪ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ଅଛି। ଏମାନଙ୍କ ମଧ୍ୟରୁ ୭ ଜଣ ପୁରୁଷ ୭ ଜଣ ମହିଳା। ବାଲେଶ୍ଵରରୁ ୪ ଜଣ, ସମ୍ବଲପୁର, ଖୋର୍ଦ୍ଧା, ଓ ଯାଜପୁରରୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତଙ୍କ ବୟସ ୧୧ ରୁ ୫୪ ବର୍ଷ ବୟସ ଭିତରେ। ଅଧିକାଂଶ ଲୋକଙ୍କ କଣ୍ଟାକ୍ ଟ୍ରେସିଙ୍ଗ ସରିଛି, ସମସ୍ତଙ୍କ ନେଗେଟିଭ ଆସିଛି ଆଉ କିଛି ଜଣଙ୍କ କଣ୍ଟାକ୍ ଟ୍ରେସିଙ୍ଗରୁ ପଜିଟିଭ ମଧ୍ୟ ଆସିଛି। ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି।
ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି ସେଇଭଳି ମଧ୍ୟ ଆଗକୁ ବାଢ଼ିବ। ଯେପର୍ଯ୍ୟନ୍ତ ପ୍ଲାଟୋ ଷ୍ଟେଜ ନ ଆସିଛି, ଆମେ କହି ପରିବା ନାହିଁ ଯେ କେବେ କମିବ। ବର୍ତ୍ତମାନ ପ୍ଲାଟୋ ଷ୍ଟେଜ ଆକଳନ କରିବା କଷ୍ଟକର।
ଏହା ସହିତ ଆସନ୍ତାକାଲିଠାରୁ ରାଜ୍ୟରେ ଆରମ୍ଭ ହେବ ବୁଷ୍ଟର ଡୋଜ ବା ପ୍ରୋଟେକଟିବ ଡୋଜ୍। ମୁଖ୍ୟତଃ ଆଗ ଧାଡ଼ିରେ ଥିବା ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସେହିମାନଙ୍କୁ ଏହି ଡୋଜ୍ ଦିଆଯିବ। ଆଶା କରାଯାଉଛି ଡବଲ ଡୋଜ ପରେ ବୁଷ୍ଟର ଡୋଜ୍ ଫଳପ୍ରଦ ହେବ। ପୂର୍ବ ଭଳି ଯେତୋଟି ଟିକାକରଣ କେନ୍ଦ୍ରରେ ଟିକାଦାନ କରାଯାଉଥିଲା ତାହା ବଳବତ୍ତର ରହିବ। ଏହାଛଡ଼ା ଆବଶ୍ୟକ ପରିମାଣର ଶଯ୍ୟା ଓ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୁରୁତ୍ବ ଦିଆଯାଉଛି।
୧୪ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣଙ୍କର ଅନ୍ତର୍ଜାତୀୟ ଟ୍ରାଭେଲ ହିଷ୍ଟ୍ରି ଅଛି: ସ୍ବାସ୍ଥ୍ୟ ନିର୍ଦ୍ଦେଶକ
/sambad/media/post_attachments/wp-content/uploads/2021/10/bijay-moh-hd-1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)