ବ୍ରହ୍ମପୁର ପୁଲିସକୁ ଛୁଇଁଲା କରୋନା : ସବ୍‌ଇନ୍‌ସ୍ପେକ୍ଟର୍‌ଙ୍କ ସମେତ ୮ଜଣ ପଜିଟିଭ୍‌

ବ୍ରହ୍ମପୁର : ଗଞ୍ଜାମ ପୁଲିସ ପରେ ବ୍ରହ୍ମପୁର ପୁଲିସକୁ ଛୁଇଁଛି କରୋନା। ବ୍ରହ୍ମପୁର ପୁଲିସ ଜିଲ୍ଲାର ଜଣେ ସବ୍‌ଇନ୍‌ସ୍ପେକ୍ଟର୍‌(ଏସ୍‌ଆଇ)ଙ୍କ ସମେତ ୮ଜଣ କର୍ମଚାରୀଙ୍କ ନମୁନା କରୋନା ପଜିଟିଭ୍‌ ଆସିଥିବା ବ୍ରହ୍ମପୁର ଏସ୍‌.ପି. ପିନାକ ମିଶ୍ର ଟ୍ବିଟ୍‌ ଯୋଗେ ସୂଚନା ଦେଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ପୁଲିସ କର୍ମଚାରୀଙ୍କ ମହଲରେ ଭୟର ବାତାବରଣ ଦେଖା ଦେଇଛି।

Dailyhunt

ବିଭିନ୍ନ ସମୟରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସ୍ୱାବ୍‌‌ ପରୀକ୍ଷା ପରେ କିଛି ଅଭିଯୁକ୍ତଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତେଣୁ ବ୍ରହ୍ମପୁର ପୁଲିସ ଜିଲ୍ଲାର ବିଭିନ୍ନ ଥାନାର ପ୍ରାୟ ୫୦ଜଣ ପୁଲିସ କର୍ମଚାରୀଙ୍କ ସ୍ୱାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ବିଭିନ୍ନ ଥାନାର ୮ଜଣ କର୍ମଚାରୀଙ୍କ ନମୁନା ପଜିଟିଭ୍‌ ଆସିଥିବା ସୂଚନା ମିଳିଛି। ଏସ୍‌ଆଇ ଜଣକ ସଦର ଥାନାରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଥିବା ଏସ୍‌.ପି. ସୂଚନା ଦେଇଛନ୍ତି।

Sambad English

ପୁଲିସ କରୋନା ମୁକାବିଲା ପାଇଁ ଆଗଧାଡ଼ିର ଯୋଦ୍ଧା ଭାବେ କାମ କରୁଥିବା ବେଳେ ପ୍ରତିଦିନ ବିଭିନ୍ନ ଲୋକଙ୍କ ସଂସ୍ପର୍ଶରେ ଆସୁଛି। ପୂର୍ବରୁ ଗଞ୍ଜାମ ପୁଲିସ ଜିଲ୍ଲାର ଛତ୍ରପୁର ଥାନା ଅଧିକାରୀ ଓ ଛତ୍ରପୁର ଏସ୍‌ଡିପିଓଙ୍କ ସମେତ କିଛି ପୁଲିସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଚିକିତ୍ସା ପରେ ତନ୍ମଧ୍ୟରୁ ଅଧିକାଂଶ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର