ବ୍ରହ୍ମପୁର : ଗଞ୍ଜାମ ଜିଲ୍ଳାରେ କରୋନା ସଂକ୍ରମଣ ହ୍ରାସ ପାଉଛି। ଆଜି ଗଞ୍ଜାମ ଜିଲ୍ଲାରୁ ମାତ୍ର ୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୫ଜଣ ସାଧାରଣ ଲୋକ ଓ ୩ ଜଣ କୋଭିଡ଼୍ ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି। ଜିଲ୍ଲାରେ ସମୁଦାୟ ସଂକ୍ରମିତ ସଂଖ୍ୟାଙ୍କ ୨୧,୪୬୭ରେ ପହଞ୍ଚିଥିବା ବେଳେ ୨୧,୧୨୬ଜଣ ସୁସ୍ଥ ହୋଇଛନ୍ତି। ସୁସ୍ଥ ହାର ୯୮.୪ ପ୍ରତିଶତକୁ ବଢ଼ିଛି। ଗତକାଲି ୩୧୪୬ ଜଣଙ୍କ କୋଭିଡ଼୍ ପରୀକ୍ଷା ହୋଇଥିବା ବେଳେ ଜିଲ୍ଲାରେ ସମୁଦାୟ ୫ଲକ୍ଷ ୯୫ହାଜର ୭୧୮ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ଆଉ ଦିନେ ଦୁଇ ଦିନ ମଧ୍ୟରେ ଜିଲ୍ଲାର କୋଭିଡ଼୍ ପରୀକ୍ଷା ୬ଲକ୍ଷ ଛୁଇଁବ। ଜିଲ୍ଲାରେ ବର୍ତ୍ତମାନ ୧୦୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।
ଗଞ୍ଜାମରୁ ୮ ପଜିଟିଭ୍ ଚିହ୍ନଟ, କୋଭିଡ୍ ପରୀକ୍ଷା ୬ ଲକ୍ଷ ଛୁଇଁବ
/sambad/media/post_attachments/wp-content/uploads/2020/11/covid.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)