ବୌଦ୍ଧ: ଲକେଡ଼ପାଜୁ ଗାଁ ନିକଟ ଜଙ୍ଗଲରୁ ବୌଦ୍ଧ ଥାନା ପୁଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ବିଶ୍ବସ୍ତ ସୂତ୍ରର ଖବର ପାଇ ପୁଲିସ ସେଠାରେ ଚଢ଼ଉ କରିଥିଲା। ଜବତ ଗଂଜେଇର ପରିମାଣ ୮ କୁଇଣ୍ଟାଲ ହେବ। ଏନେଇ ବୌଦ୍ଧ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏଥିରେ କାହାର ସଂପୃକ୍ତି ଅଛି, ଗଂଜେଇ କେଉଁଠାରୁ ଆସି ସେଠାରେ କିଏ ଗଚ୍ଛିତ ରଖିଥିଲା ସେନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
ଜଂଗଲରୁ ୮ କୁଇଣ୍ଟାଲ ଗଞ୍ଜେଇ ଜବତ
/sambad/media/post_attachments/wp-content/uploads/2024/04/efa3bd20-20e2-4930-a049-0140a549d5cd.jpeg)