ଯାଜପୁର : ୮ ବାଲି ଟ୍ରାକ୍ଟର ଜବତ, ୧ ଲକ୍ଷ ଜରିମାନା

ଯାଜପୁରଟାଉନ/ସଦର : ଯାଜପୁର ତହସିଲ ଅନ୍ତର୍ଗତ ବୈତରଣୀ ଓ ବୁଢ଼ାନଦୀରୁ ବ୍ୟାପକ ଭାବେ ବେଆଇନ ବାଲି ଉତ୍ତୋଳନ ହେଉଥିବା ବେଳେ ତହସିଲ ପକ୍ଷରୁ ଘନଘନ ଚଢ଼ଉ ଜାରି ରହିଛି। ଆଜି ଯାଜପୁର ତହସିଲଦାର ସୁଶାନ୍ତ କୁମାର ପତିଙ୍କ ନିର୍ଦେଶକ୍ରମେ ଯାଜପୁର ସହର ଓ ମାଳଆନନ୍ଦପୁରଠାରେ ଚଢ଼ଉ କରି ୮ ଟି ବାଲି ଟ୍ରାକ୍ଟର ଜବତ କରାଯିବା ସହ ୧ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢ଼ଉରେ ଅତିରିକ୍ତ ତହସିଲଦାର କ୍ଷୀରୋଦ କୁମାର ଦାଶ, ଠାକୁର ଦାଶ ନାୟକ, ଆରଆଇ ଅଜୟ ପଣ୍ଡା ଓ ଅନ୍ୟ ତହସିଲ କର୍ମଚାରୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର