୮ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସର୍ତମୂଳକ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ୮ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ସର୍ତମୂଳକ ପଦୋନ୍ନତି ଦିଆଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ବିଜ୍ଞପ୍ତି ଅନୁଯାୟୀ ରେଢ଼ାଖୋଲ ଉପଜିଲ୍ଲାପାଳ ବିଶିକେଶନ ଦେହୁରୀ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମଙ୍କ ସଶକ୍ତୀକରଣ ବିଭାଗରେ ଉପ ସଚିବ ଭାବେ କାର୍ଯ୍ୟରତ ମଧୁସ୍ମୀତା ନାୟକ, ସୁନ୍ଦରଗଡ଼ ଉପଜିଲ୍ଲାପାଳ ବୀରସେନ ପ୍ରଧାନ, ଭବାନୀପାଟଣା ଉପଜିଲ୍ଲାପାଳ ମିର୍ଧା ଟପ୍ପୋ, ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ ଏମ୍‌ଆଇପିର ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ ଚିତ୍ତରଂଜନ ସାହୁ, ଜଗତ୍‌ସିଂହପୁର ଉପଜିଲ୍ଲାପାଳ ସୁବାଷ ଚନ୍ଦ୍ର ନାଥଶର୍ମାଙ୍କୁ ଓଏଏସ୍‌ ଗ୍ରେଡ୍‌-ଏ(ସିନିୟର ବ୍ରାଞ୍ଚ)ରୁ ଓଏଏସ୍‌ ସୁପରଟାଇମ୍‌ ସ୍କେଲ୍‌କୁ ପଦୋନ୍ନତି ଦିଆଯାଇଛି। ସେମାନେ ନିଜ ନିଜ ପଦବିରେ ରହିଛନ୍ତି। ଏହି କ୍ରମରେ ଥିଲେ ମଧ୍ୟ କଳାହାଣ୍ଡି ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ମଧୁସ୍ମୀତା ନାୟକଙ୍କୁ କୋରାପୁଟ ଡିୟୁଡିଏ ପିଡି ଭାବେ ଓ ଭଦ୍ରକ ଡିଆରଡିଏ ଏପିଡି ଅଯୋଧ୍ୟାକାନ୍ତ ଶତପଥୀଙ୍କୁ ମାଲକାନଗିରି ଏଡିଏମ୍‌ ପଦବିକୁ ବଦଳି କରାଯାଇଛି।

ସମ୍ବନ୍ଧିତ ଖବର