୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୮ ବର୍ଷ ନାବାଳକ ଗୁରୁତର

ବୌଦ୍ଧ: ୧୧ କେଭି ବିଦ୍ୟୁତ୍ ତାର ଲାଗି ଜଣେ ୮ ବର୍ଷ ନାବାଳକ ଗୁରୁତର ହୋଇଛି। ଶିଶୁଟି ବୌଦ୍ଧ ଜିଲ୍ଲା ଗୋଛାପଡା ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣିପୁର ଗାଁର ସମିର୍ ଗାଇଗରିଆ । ସେ ନିଜ ଘର ଛାତ ଉପରେ ଖେଳୁଥିବା ବେଳେ ୧୧ କେଭି ବିଦ୍ୟୁତ ତାର ସଂଶ୍ପର୍ସରେ ଆସିଥିଲେ । ଫଳରେ ଗୁରୁତର ହୋଇଯାଇଥିଲେ ।

ପ୍ରଥମେ ବାଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବାବେଳେ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି । ତେବେ ସମିରଙ୍କ ପିଠି ଅଂଶ ପୋଡି ଯାଇଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସେ ସୁବର୍ଣ୍ଣପୁରରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର