ଲେଫ୍ରିପଡ଼ା: ସୁନ୍ଦରଗଡ଼ ଜିଲ୍ଲାର ଦର୍ଲିପାଲି ଠାରେ ଏନ୍ଟିପିସି ପକ୍ଷରୁ ୮୦୦ ମେଗାୱାଟର ୨ଟି ୟୁନିଟ୍ ପ୍ରତିଷ୍ଠା ହୋଇଥିବାବେଳେ ପ୍ରକଳ୍ପ ପାଇଁ ଉର୍ଦ୍ଧିଷ୍ଟ ଜମି ଅଧିଗ୍ରହଣ କରାଯାଇ ଜମିହରାଙ୍କୁ ଆବଶ୍ୟକ କ୍ଷତିପୂରଣ ସହାୟତା ଯୋଗାଇ ଦିଆଯାଇଛି। ବିଗତ ୨୦୧୨ ମସିହାରୁ ଏହି ଜମିଅଧିଗ୍ରହଣ ହୋଇଥିବାବେଳେ ଦର୍ଲିପାଲି ରାଜସ୍ବ ଗ୍ରାମର ପ୍ରାୟ ୧୧୯୮ ଏକର ଜମି ଅଧିଗ୍ରହଣ କରାଯାଇଛି। ସେହିଭଳି ରାଏଡ଼ିହି ଏବଂ ଅନ୍ୟ କେତେକ ଗ୍ରାମରୁ ୨୩୦ ଏକରରୁ ଊର୍ଦ୍ଧ୍ବ ଜମି ଅଧିଗ୍ରହଣ କରାଯାଇଛି। ତେବେ କମ୍ପାନି ଜମି ନେବାର ଆଜକୁ ପ୍ରାୟ ୮ ବର୍ଷ ଅତିକ୍ରାନ୍ତ ହୋଇଯାଇଥିଲେ ସୁଦ୍ଧା ଜମିହରା ପରିବାରଙ୍କ ପାର୍ଚ୍ଚାରୁ ଅଧିଗୃହୀତ ଜମି କଟି ନ ଥିବା ଏବଂ ସେମାନଙ୍କ ନିକଟରୁ ନିୟମିତ ଭାବେ ଖଜଣା ଓ ଜଳକର ଆଦାୟ ହେଉଥିବା ଅଭିଯୋଗ ହୋଇଛି। ଏଥିପାଇଁ ସ୍ଥାନୀୟ ଜମିହରା ପ୍ରଜା ଏବଂ ଖୋଦ୍ ଏନ୍ଟିପିସି କମ୍ପାନି ମଧ୍ୟ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ତହସିଲକୁ ପତ୍ର ମାଧ୍ୟମରେ ଅନୁରୋଧ କରିଥିଲେ ସୁଦ୍ଧା ତହସିଲ କର୍ତ୍ତୃପକ୍ଷ ରେଣ୍ଟ ଏଗ୍ରିମେଣ୍ଟ୍ କରୁ ନ ଥିବାରୁ ଲୋକେ ସମସ୍ୟାର ସମ୍ମୁଖୀନ ହେବା ସହିତ ଅଯଥା ରାଜସ୍ବ ଦେୟ ଦେଇ ଶୋଷିତ ହେବାରେ ଲାଗିଛନ୍ତି। ଏହାଛଡ଼ା କମ୍ପାନି ଅଧିଗ୍ରହଣ କରିଥିବା ଜମିର କିସମ ପରିବର୍ତ୍ତନ କରାଯାଇ କମ୍ପାନି ଠାରୁ ସେହି ହିସାବରେ ରାଜସ୍ବ ଓ ସେସ୍ ଆଦି ଆଦାୟ ହେବା କଥା। ତାହା ମଧ୍ୟ ହୋଇପାରୁନି। ଏଣୁ ଲେଫ୍ରିପଡ଼ା ତହସିଲ କର୍ତ୍ତୃପକ୍ଷ ଏସବୁ ଦିଗରେ ଦୃଷ୍ଟି ଦେଇ ସ୍ଥାନୀୟ ଜମିହରା ପ୍ରଜାଙ୍କ ସମସ୍ୟାର ତତ୍କାଳ ସମାଧାନ କରିବାକୁ ଦାବି ହେଉଛି
୮ ବର୍ଷ ହେଲା ଜମି ନେଲାଣି ଏନ୍ଟିପିସି, ଖଜଣା ଗଣୁଛନ୍ତି ଚାଷୀ
/sambad/media/post_attachments/wp-content/uploads/2020/12/dgj4dgjdg74j98dg7j98dg7j98dgj7dgj987dgj98d79j.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)