ବରଗଡ଼/ପଦ୍ମପୁର/ପାଇକମାଳ/ଝାରବନ୍ଧ : ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସୋମବାର ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ସଂଧ୍ୟା ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଛି। ଆଜି ସବୁ ଭିଭିପାଟ୍ ମେସିନ୍ରୁ ତଥ୍ୟ ଯୋଗାଡ଼ ପରେ ସଠିକ୍ ଭୋଟ୍ ହାର ଜଣାପଡ଼ିବ ବୋଲି ପଦ୍ମପୁର ଉପଜିଲ୍ଲାପାଳ ତଥା ରିଟର୍ଣ୍ଣି˚ ଅଫିସର ତ୍ରିଲୋଚନ ପାତ୍ର ସୂଚନା ଦେଇଛନ୍ତି। କୌଣସି ସ୍ଥାନରୁ କିଛି ଅଘଟଣର ରିପୋର୍ଟ ହୋଇନଥିବା ମଧୢ ଶ୍ରୀ ପାତ୍ର କହିଛନ୍ତି।
/sambad/media/post_attachments/wp-content/uploads/2022/12/bb-1-750x430.jpg)
ସୂଚନା ଅନୁସାରେ, ସକାଳ ସମୟରେ ମତଦାନ ହାର କମ୍ ରହିଥିଲା। ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ୯ଟା ସୁଦ୍ଧା ୮.୫ %, ଦିନ ୧୧ଟା ବେଳକୁ ୨୯.୭୩ %, ଗୋଟାଏ ବେଳକୁ ୪୬.୯୬ %, ଅପରାହ୍ନ ୩ଟାରେ ୬୫.୨୮% ମତଦାନ ହୋଇଥିଲା। ସଂଧ୍ୟା ୫ଟା ବେଳକୁ ୭୫.୮୯% ମତଦାନ ହୋଇଥିଲା। ସଂଧ୍ୟା ୬ଟା ବେଳକୁ ଏହା ୮୦ ପ୍ରତିଶତ ଅତିକ୍ରମ କରିଛି। ଗତ ୨୦୧୯ ଏବଂ ୨୦୧୪ ମସିହା ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ଅଧିକ ରହିଛି। ଏହି ଦୁଇ ନିର୍ବାଚନରେ ଏଠାରେ ୭୯.୧୬ ପ୍ରତିଶତ ମତଦାନ ହୋଇଥିଲା। ଭୋଟ୍ ଗ୍ରହଣ ସମୟରେ କାଁ ଭାଁ ସାମାନ୍ୟ ପାଟିତୁଣ୍ତକୁ ଛାଡ଼ି ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍ ପଡ଼ିଛି। କିଛିସ୍ଥାନରେ ଭିଭିପାଟ୍ ମେସିନ୍ ଅଚଳ ହୋଇପଡ଼ିବାରୁ ସେହି ବୁଥ୍ ଗୁଡ଼ିକରେ ଅତିରିକ୍ତ ସମୟ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା। ବୁଥ୍ ନମ୍ବର ୨୦୯ ରାଜବୋରାସମ୍ବର ହାଇସ୍କୁଲ, ବୁଥ୍ ନମ୍ବର ୩୦୪ ଘନାମାଳଠାରେ ଇଭିଏମ୍ରେ ତ୍ରୁଟି ବାହାରିଥିଲା। ପୁଣି ଇଭିଏମ୍ ପରିବର୍ତ୍ତନ କରାଯିବା ପରେ ଭୋଟ୍ ଗ୍ରହଣ ସ୍ବାଭାବିକ ହୋଇଥିଲା। ସେହିଭଳି, ପାଇକମାଳ ବ୍ଲକ୍ ଢେଙ୍କିମୁଣ୍ତା ୯୫ ନମ୍ବର ବୁଥରେ ସଂଧ୍ୟା ୭ଟା ୪୫ ମିନିଟ ପର୍ଯ୍ୟନ୍ତ ଭୋଟଦାନ ହୋଇଥିଲା। ଏହି ବୁଥ୍ରେ ୧୩୯୬ ଭୋଟର ଥିବାରୁ ଭୋଟଦାନ କାର୍ଯ୍ୟ ବିଳମ୍ବ ହୋଇଥିଲା। ପ୍ରାୟ ୧୧ ଶହ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ। ବିଳମ୍ବ ଯୋଗୁଁ ଅଧିକାଂଶ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିନପାରି ଫେରିଯାଇଥିବା ଜଣପଡ଼ିଛି।
/sambad/media/post_attachments/wp-content/uploads/2022/12/barsha-singh-300x212.jpg)
ବିଜେଡି ପ୍ରାର୍ଥିନୀ ବର୍ଷାସିଂ ବରିହା ପଦ୍ମପୁର ଏନ୍ଏସିର ରଜାପଡ଼ାସ୍ଥିତ ବୁଥ୍ ନମ୍ବର ୨୧୩ରେ ନିଜ ମତଦାନ କରିଥିଲେ। ସେହିପରି, ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ପାଇକମାଳସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥ ନମ୍ବର ୧୨୮ରେ ଏବଂ କଂଗ୍ରେସ ପ୍ରାର୍ଥୀ ନିଜ ପୈତୃକ ଗ୍ରାମ ମଣ୍ଡୋସିଲର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବୁଥ୍ ନମ୍ବର ୧୦୨ରେ ଭୋଟ୍ ଦେଇଥିଲେ। ଭୋଟ୍ ଦାନ ସରିବାପରେ ପୋଲି˚ ପାର୍ଟି ଏବ˚ ଇଭିଏମ୍ ମେସିନ୍ ଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ମଧୢରେ ପଦ୍ମପୁର ଆର୍ଏମ୍ସି ପରିସରସ୍ଥ ଷ୍ଟ୍ରଙ୍ଗ୍ ରୁମ୍ରେ ରଖାଯାଇଛି। ସେଠାରେ ସଶସ୍ତ୍ର ସିଆର୍ପିଏଫ୍ ଏବଂ ପୁଲିସ୍ ମୁତୟନ ଅଛନ୍ତି। ଆସନ୍ତା ୮ ତାରିଖ ସକାଳୁ ଭୋଟ୍ ଗଣତି ପରେ ସେହିଦିନ ଫଳାଫଳ ଘୋଷଣା ହେବ।
/sambad/media/post_attachments/wp-content/uploads/2022/12/pra.jpg)
ସୂଚନାଯୋଗ୍ୟ, ମୋଟ୍ ୩୧୯ଟି ବୁଥ୍ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ନିର୍ବାଚନ ଦାୟିତ୍ବ ତୁଲାଇଛନ୍ତି। ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍ପିଏଫ୍, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଥିଲେ। ନିର୍ବାଚନମଣ୍ଡଳୀର ପ୍ରତ୍ୟେକ ବ୍ଳକ୍ର ୨ଟି ଲେଖାଏଁ ମୋଟ୍ ୬ଟି ପିଙ୍କ ବୁଥ୍ ଓ ୧୫ଟି ଆଦର୍ଶ ଭୋଟ୍ ଗ୍ରହଣ କେନ୍ଦ୍ର କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/padmapur-1.jpg)