ଭୁବନେଶ୍ୱର: ଆଜି ରାଜ୍ୟରେ ୮୦ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି | ଏମାନଙ୍କ ମଧ୍ୟରୁ ୪୩୬ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି | ବର୍ତ୍ତମାନ ରାଜ୍ୟରେ ୮୨୬ଟି ସକ୍ରିୟ ସଂକ୍ରମିତ ରହିଥିବାର ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରୁ ସୂଚନା ମିଳିଛି | ନୂଆ କଥା ହେଲା, କରୋନା ସଂକ୍ରମଣ ଛୁଇଁ ନ ଥିବା ନବରଙ୍ଗପୁର ଓ ଗଜପତି ଜିଲ୍ଲାକୁ କରୋନା ବ୍ୟାପିଛି । ଗଜପତିରେ ୪ ଜଣ ଓ ନବରଙ୍ଗପୁରରେ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |
ସେହିପରି ଆଜି ଚିହ୍ଟଟ ୮୦ ପଜିଟିଭଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୧୯ ଜଣ ଚିହ୍ନଟ ହୋଇଥିବାବେଳେ ଯାଜପୁରରୁ ୧୪ ଜଣ, ବାଲେଶ୍ୱରରୁ ୩ ଜଣ, ପୁରୀରୁ ୧୭ ଜଣ ଓ କଟକରୁ ଜଣେ ଚିହ୍ନଟ ହୋଇଛନ୍ତି | ଅନ୍ୟପକ୍ଷରେ ସୁନ୍ଦରଗଡ଼ରୁ ୫ ଜଣ, ନୟାଗଡ଼ରୁ ୫ ଜଣ, ବଲାଙ୍ଗୀରରୁ ୧ ଜଣ ଓ ମାଲକାନଗିରିରୁ ୫ ଜଣ ଚିହ୍ନଟ ହୋଇଛନ୍ତି | ଗତକାଲି ସଂଧ୍ୟାରେ ସୁନ୍ଦରଗଡ଼ ଜିଲ୍ଲାରେ ୫ ସଂକ୍ରମିତ ଚିହ୍ନଟ ହୋଇଥିବା କଥା ଜିଲ୍ଲାପାଳ ଗଣମାଧ୍ୟମକୁ ପ୍ରକାଶ କରିଥିଲେ।
ସେହିପରି କନ୍ଧମାଳରୁ ୨ ଜଣ,ଝାରସୁଗୁଡାରୁ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏହି ନୂଆ ୮୦ ପଜିଟିଭଙ୍କ ମଧ୍ୟରୁ ୭୧ ଜଣ କ୍ଵାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨ ଜଣ ହୋମ କ୍ଵାରେଣ୍ଟାଇନରେ ଥିଲେ। ନୂଆ ୮୦ଙ୍କ ମଧ୍ୟରୁ ମାତ୍ର ୭ ଜଣ ସ୍ଥାନୀୟ ଭାବେ ସଂକ୍ରମିତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି |