ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ପୁଲିସ୮୦୦ କିଲୋ ଗଞ୍ଜେଇ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ତତ୍ତ୍ୱାବଧାନରେ ଚିତ୍ରକୋଣ୍ଡା ଥାନା ଆଇଆଇସିଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ଏବଂ ପାପଲୁର ରାସ୍ତାରେ ପାଟ୍ରୋଲିଂ କରୁଥିଲେ। କ୍ଷୀପ୍ର ଗତିରେ ଆସୁଥିବା ନମ୍ବର ଓଡ଼ି-୩୦ଡି-୮୧୪୭ନଂ. ବିଶିଷ୍ଟ ପିକ ଅପ ଭ୍ୟାନକୁ ସନ୍ଦେହରେ ଅଟକାଇଥିଲେ।
ଗାଡି ଯାଞ୍ଚ ପରେ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ୩୨ ଜରି ବ୍ୟାଗରେ ଗଞ୍ଜେଇ ନେଇ ଆନ୍ଧ୍ରପ୍ରଦେଶକୁ ଚାଲାଣ କରୁଥିବା ପଚରାଉଚରା ପରେ ଜାଣିବାକୁ ପାଇଥିଲା। ଜବତ ଗଞ୍ଜେଇକୁ ଓଜନ କରିବା ପରେ ସେଥିରେ ୮୦୦ କିଲୋ ୯୬୦ ଗ୍ରାମ ଗଞ୍ଜେଇ ଥିବା ଜଣାପଡିଥିଲା। ଏଥିସହ ୩ ଆସାମୀ ମହାରାଷ୍ଟ୍ରର ବୋଲି ଜଣାପଡିଛି। ସେମାନେ ହେଲେ ଅଚ୍ୟୁତ ପାୱାର(୩୮),ଦତ୍ତା ଭବନ କଲେ(୩୫) ଏବଂ ସୀତା ରାମ କଲେ(୨୦)। ଏମାନଙ୍କଠାରୁ ୫୧୦୦ ନଗଦ ଟଙ୍କା ଜବତ କରାଯିବା ସହ ଗୋଟିଏ ମୋବାଇଲ ଏବଂ ପିକ ଅପ ଭ୍ୟାନକୁ ଜବତ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/2-8.jpg)