ସୁସ୍ଥ ହେଲେ ୮୦୭ କରୋନା ଆକ୍ରାନ୍ତ, ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୧୯,୭୪୫

ଭୁବନେଶ୍ୱର: ରାଜ୍ୟର ୨୩ଟି ଜିଲ୍ଲାରୁ ଆଜି ୮୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି । ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କର ସଂଖ୍ୟା ୧୯ ହଜାର ୭୪୫ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୪୩୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକ ଜିଲ୍ଲାରୁ ୬୨ ଜଣ, ରାୟଗଡ଼ା ଜିଲ୍ଲାରୁ ୪୭ ଜଣ, ଗଜପତି ଜିଲ୍ଲାରୁ ୩୪ ଜଣ, କେନ୍ଦୁଝର ଜିଲ୍ଲାରୁ ୨୯ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୪ ଜଣ, ନୟାଗଡ଼ ଜିଲ୍ଲାରୁ ୨୩ ଜଣ, ଯାଜପୁର ଜିଲ୍ଲାରୁ ୨୧ ଜଣ, କନ୍ଧମାଳ ଜିଲ୍ଲାରୁ ୧୯ ଜଣ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ମୟୂରଭଂଜ ଜିଲ୍ଲାରୁ ୧୪-୧୪ ଜଣ, ଭଦ୍ରକ ଜିଲ୍ଲାରୁ ୧୩ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୨ ଜଣ, ବରଗଡ଼ ଜିଲ୍ଲାରୁ ୧୧ ଜଣ, ମାଲକାନଗିରି ଜିଲ୍ଲାରୁ ୧୦ ଜଣ, ବଲାଙ୍ଗୀର ଓ ସମ୍ବଲପୁର ଜିଲ୍ଲାରୁ ୭ ଜଣ ଲେଖାଏଁ, ଝାରସୁଗୁଡ଼ାରୁ ୬ ଜଣ, ଢ଼େଙ୍କାନାଳ ଜିଲ୍ଲାରୁ ୪ ଜଣ, ଅନୁଗୁଳ ଜିଲ୍ଲାରୁ ୪ ଜଣ, ଅନୁଗୁଳ ଜିଲ୍ଲାରୁ ୩ ଜଣ, କୋରାପୁଟ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 

ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ଗତକାଲି ରାତି ୧୨ଟା ସୁଦ୍ଧା ମୋଟ ୫ ଲକ୍ଷ ୨୩୮ ଜଣଙ୍କର ସ୍ୱାବ ନମୁନା ପରୀକ୍ଷା ହୋଇଛି । ଏଥିରୁ ଏଯାଏଁ ୩୦ ହଜାର ୩୭୮ଟି ନମୁନା ରିପୋର୍ଟ ପଜିଟିଭ ଆସିଛି । ମୋଟ ୧୯ ହଜାର ୭୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୧୬୯ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ଏବେ ୧୦ ହଜାର ୪୨୭ ଜଣ କରୋନା ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ସମ୍ବନ୍ଧିତ ଖବର