ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ମୋଟ୍ ୮୧.୨୯% ଭୋଟିଂ ହୋଇଥିବା ସଦ୍ୟତମ ତଥ୍ୟରୁ ଜଣାଯାଇଛି। ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ସୋମବାର ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଥିଲା। ଗତକାଲି ୬ଟା ସୁଦ୍ଧା ୮୦.୫ ପ୍ରତିଶତ ମତଦାନ ହୋଇଥିଲା।
/sambad/media/post_attachments/wp-content/uploads/2022/12/bad9e7c0-d23d-4128-bab2-d20d82de1897-1.jpg)
ସୂଚନା ଅନୁସାରେ, ସକାଳ ସମୟରେ ମତଦାନ ହାର କମ୍ ରହିଥିଲା। ୭ଟାରୁ ମତଦାନ ଆରମ୍ଭ ହୋଇଥିବାବେଳେ ୯ଟା ସୁଦ୍ଧା ୮.୫ %, ଦିନ ୧୧ଟା ବେଳକୁ ୨୯.୭୩ %, ଗୋଟାଏ ବେଳକୁ ୪୬.୯୬ %, ଅପରାହ୍ନ ୩ଟାରେ ୬୫.୨୮% ମତଦାନ ହୋଇଥିଲା। ସଂଧ୍ୟା ୫ଟା ବେଳକୁ ୭୫.୮୯% ମତଦାନ ହୋଇଥିଲା। ସଂଧ୍ୟା ୬ଟା ବେଳକୁ ଏହା ୮୦ ପ୍ରତିଶତ ଅତିକ୍ରମ କରିଥିଲା। ଗତ ୨୦୧୯ ଏବଂ ୨୦୧୪ ମସିହା ସାଧାରଣ ନିର୍ବାଚନ ତୁଳନାରେ ମତଦାନ ହାର ଅଧିକ ରହିଛି। ଏହି ଦୁଇ ନିର୍ବାଚନରେ ଏଠାରେ ୭୯.୧୬ ପ୍ରତିଶତ ମତଦାନ ହୋଇଥିଲା। ଭୋଟ୍ ଗ୍ରହଣ ସମୟରେ କାଁ ଭାଁ ସାମାନ୍ୟ ପାଟିତୁଣ୍ତକୁ ଛାଡ଼ି ମୋଟାମୋଟି ଭାବେ ଶାନ୍ତିଶୃଙ୍ଖଳାର ସହିତ ଭୋଟ୍ ପଡ଼ିଛି।
କିଛିସ୍ଥାନରେ ଭିଭିପାଟ୍ ମେସିନ୍ ଅଚଳ ହୋଇପଡ଼ିବାରୁ ସେହି ବୁଥ୍ ଗୁଡ଼ିକରେ ଅତିରିକ୍ତ ସମୟ ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହୋଇଥିଲା। ବୁଥ୍ ନମ୍ବର ୨୦୯ ରାଜବୋରାସମ୍ବର ହାଇସ୍କୁଲ, ବୁଥ୍ ନମ୍ବର ୩୦୪ ଘନାମାଳଠାରେ ଇଭିଏମ୍ରେ ତ୍ରୁଟି ବାହାରିଥିଲା। ପୁଣି ଇଭିଏମ୍ ପରିବର୍ତ୍ତନ କରାଯିବା ପରେ ଭୋଟ୍ ଗ୍ରହଣ ସ୍ବାଭାବିକ ହୋଇଥିଲା। ସେହିଭଳି, ପାଇକମାଳ ବ୍ଲକ୍ ଢେଙ୍କିମୁଣ୍ତା ୯୫ ନମ୍ବର ବୁଥରେ ସଂଧ୍ୟା ୭ଟା ୪୫ ମିନିଟ ପର୍ଯ୍ୟନ୍ତ ଭୋଟଦାନ ହୋଇଥିଲା। ଏହି ବୁଥ୍ରେ ୧୩୯୬ ଭୋଟର ଥିବାରୁ ଭୋଟଦାନ କାର୍ଯ୍ୟ ବିଳମ୍ବ ହୋଇଥିଲା। ପ୍ରାୟ ୧୧ ଶହ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଥିଲେ। ବିଳମ୍ବ ଯୋଗୁଁ ଅଧିକାଂଶ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିନପାରି ଫେରିଯାଇଥିବା ଜଣପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/2c2dca53-a528-41e6-9bfc-5070c4d896bc.jpg)