ଭୁବନେଶ୍ୱର: ଆଜି ନୂତନ ବର୍ଷ ଅବସରରେ ରାଜ୍ୟ ସରକାର ୮୧୦୨ ଚୁକ୍ତିଭିତ୍ତିକ କନିଷ୍ଠ ଶିକ୍ଷକମାନଙ୍କ ଚାକିରିକୁ ନିୟମିତ କରିବା ନିମନ୍ତେ ନିଷ୍ପତ୍ତି ଗ୍ରହଣ କରିଛନ୍ତିା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହୃଦୟତାର ସହ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କ ପଦୋନ୍ନତି ନିମନ୍ତେ ଉଦ୍ଦିଷ୍ଟ ସମୟସୀମାକୁ କୋହଳ କରିଥିବାରୁ୪୦ ହଜାର ୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇ ପାରିଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରକାଶ କରିଛନ୍ତିା

Advertisment

ସୂଚନାଯୋଗ୍ୟ, ରାଜ୍ୟ ସରକାର ୨୦୨୧ ବର୍ଷର ଶେଷ ଦିନରେ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଓ ନୂତନ ଭାବେ ଅନୁଦାନପ୍ରାପ୍ତ ସ୍କୁଲ୍‌ର ଅଧ୍ୟାପକ, ଶିକ୍ଷକ ଓ କର୍ମଚାରୀମାନଙ୍କୁ ସରକାର ନୂଆ ବର୍ଷ ଭେଟି ଦେଇଛନ୍ତି। ସେମାନଙ୍କ ପାଇଁ ସପ୍ତମ ବେତନ କମିସନ୍‌ ଲାଗୁ କରାଯାଇଛି। ୨୦୨୨ ଜାନୁଆରି ୧ରୁ ସେମାନେ ବର୍ଦ୍ଧିତ ଦରମା ପାଇବେ। ଏହାଦ୍ବାରା ରାଜକୋଷ ଉପରେ ବର୍ଷକୁ ଅତିରିକ୍ତ ୨୯୨ କୋଟି ଟଙ୍କାର ବୋଝ ପଡ଼ିବ। ଶୁକ୍ରବାର ଦିନ ରାଜ୍ୟ କ୍ୟାବିନେଟ୍‌ରେ ଏହି ନିଷ୍ପତ୍ତି ହୋଇଛି।

ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଓ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀମାନେ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ, ୨୦୦୮ ଅନୁଯାୟୀ ଅନୁଦାନ ପାଇ ଆସୁଛନ୍ତି। ସପ୍ତମ ବେତନ କମିସନ୍‌ ଲାଗୁ କରିବା ଲାଗି ସେମାନେ ବହୁ ଦିନରୁ ଦାବି କରି ଆସୁଥିଲେ। ଆସନ୍ତା ଜାନୁଆରି ୧ ତାରିଖରୁ ସପ୍ତମ ବେତନ କମିସନ୍ ହାରରେ ବର୍ଦ୍ଧିତ ଆର୍ଥିକ ଅନୁଦାନ ପ୍ରଦାନ ନିମନ୍ତେ ନିଷ୍ପତ୍ତି ହୋଇଛି। ଏହାଦ୍ବାରା ପ୍ରାୟ ୧୫,୬୬୪ ଅଧ୍ୟାପକ ଓ କର୍ମଚାରୀ ଉପକୃତ ହେବେ ଓ ସରକାର ଅତିରିକ୍ତ ୧୬୬ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବେ।