ଦୀର୍ଘ ଦିନରୁ ଦାବି କରୁଥିଲେ ଲୋକେ, ଜଂଗଲ ଜମି ପଟ୍ଟା ପାଇଲେ ୨ଟି ଗାଁର ୮୨ ଜଣ ହାତିଧିକାରୀ

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ପୂଜାରିମୁଣ୍ଡା ଓ ଭାଲୁଗୁଡା ଗ୍ରାମରେ ମାଲକାନଗିରି ତହସିଲ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସାଂସଦ ରମେଶ ଚନ୍ଦ୍ର ମାଝୀ ଯୋଗ ଦେଇ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ମୋଟ ୮୨ଟି ଜଂଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା।

ଦୀର୍ଘ ଦିନ ଧରି ଲୋକେ ଜଂଗଲ ଜମି ପଟ୍ଟା ପାଇଁ ଦାବି କରିଆସୁଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମାଲକାନଗିରି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ପୁର୍ବତନ ବିଧାୟକ ମାନସ ମାଡକାମି, ଜ଼ିଲ୍ଲା ପରିଷଦ ଅଧ୍ୟକ୍ଷା ସମାରି ଟାଙ୍ଗୁଲ, ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରି ପଡିଆମି, ମାଲକାନଗିରି ତହସିଲଦାର ରାଖାଲ ଚରଣ ପରିଡା, ଅତିରିକ୍ତ ତୋହସିଲଦାର ଯୋଗଦୀଶ କର୍ତ୍ତମୀ, ଅତିରିକ୍ତ ତୋହସିଲଦାର ଅଶୋକ କୁମାର ପାଲ, ଆର.ଆଇ ରାଜେଶ୍ୱରୀ ନାୟକ, ମାଥିଲି ଜୋନ-୩ ଜ଼ିଲ୍ଲା ପରିଷଦ ଶସ୍ମିତା ମାଝୀ, ମାଲକାନଗିରି ଜୋନ-୧ ଜ଼ିଲ୍ଲା ପରିଷଦ ହିରଣ୍ୟ ମୁଦୁଲି, ପାଣ୍ଡ୍ରିପାଣି ସମିତି ସଭ୍ୟ ସୁନ୍ଦରରାଜ ସେଡା, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଡୋନେଲ ପୋଟଲା, ସାଂସଦ ପ୍ରତିନିଧି ଖଇରପୁଟ ଜାଗନ୍ନାଥ ମାଝୀ, ମାଲକାନଗିରି ଜ଼ିଲ୍ଲା ବିଜୁ ମହିଳା ଜନତା ଦଳ ଉପସଭାନେତ୍ରୀ ସୁନିତା ଜେନା, ମାଲକାନଗିରି ବ୍ଲକ ସଭାପତି ବିଭାଂଶୁ ସାମଲ, ସରପଞ୍ଚ ପାଣ୍ଡ୍ରିପାଣି ସାବିତ୍ରୀ କିର୍ଷାନି, ଗଙ୍ଗଲା ସରପଞ୍ଚ ସୁଦର୍ଶନ କପେ, ସୋରପଞ୍ଚ ପେଡାକୋଣ୍ଡା ଯକ୍ଷ୍ମା କବାସୀ, ସରପଞ୍ଚ ମାର୍କାପାଲି ସୁନନ୍ଦା ଗାଦେଲି, ରଞ୍ଜନ କୁମାର ପାଙ୍ଗି, ରାଜକୁମାର ଗର୍ରଲେ, ପ୍ରୀତମ ଗୋଟେ, ବିଜୁ ଜନତା ଦଳ କର୍ମୀ କେ. ରାହୁଲ ପ୍ରମୁଖ ଉପସ୍ତିତ ଥିଲେ।

ସମ୍ବନ୍ଧିତ ଖବର