କଟକ : ଅନ୍ଲାଇନରେ ‘ଟାଙ୍ଗଡି ଚିକେନ୍ କବାବ୍’ ମଗାଇଥବା ଗ୍ରାହକଙ୍କୁ ଠକିବା ମହଙ୍ଗା ପଡ଼ିଛି ଉଭୟ ଖାଦ୍ୟ ପ୍ରସ୍ତୁତକର୍ତ୍ତା ଓ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥାକୁ। ଦୁଇ ଖଣ୍ଡ ବଦଳରେ ଗୋଟିଏ ଖଣ୍ଡ ଟାଙ୍ଗଡି ଚିକେନ୍ କବାବ୍ ଗ୍ରାହକଙ୍କୁ ଦିଆଯିବା ମାମଲାରେ ଖାଉଟି କମିସନ ଜାତୀୟସ୍ତରର ଏକ ଅନ୍ଲାଇନ୍ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ଓ କଟକ ବକ୍ସିବଜାର ରୋଡ୍ସ୍ଥିତ ଏକ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥାକୁ ଦଣ୍ଡିତ କରିଛନ୍ତି। ଗ୍ରାହକଙ୍କଠାରୁ ନିର୍ଦ୍ଧାରିତ ଟଙ୍କା ନେଇ ପ୍ରତିଶ୍ରୁତି ମୁତାବକ ଖାଦ୍ୟ ଦେଇ ନଥିବାରୁ ଖାଉଟି ଅଦାଲତ ଉଭୟ ସଂସ୍ଥାକୁ ଦଣ୍ଡିତ କରିଛନ୍ତି।
ଜିଲ୍ଲା ଖାଉଟି ବିବାଦ ସମାଧାନ କମିସନ୍ ଆବେଦନକାରୀ ଖାଉଟିଙ୍କୁ ‘ଟାଙ୍ଗଡି ଚିକେନ୍’ କବାବ୍ର ମଲ୍ୟ ୮୨ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ୨୦ ହାଜର ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ କମିସନ୍ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କୁ ମାନସିକ ନିର୍ଯାତନା ପାଇଁ ଏହି କ୍ଷତିପୂରଣ ପ୍ରଦାନ ଲଗି ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ୧୦ ହଜାର ୫ଶହ ଟଙ୍କା ମୋକଦ୍ଦମା ଖର୍ଚ୍ଚ ବାବଦରେ ଆବେଦନକାରୀଙ୍କୁ ଉଭୟ ଅନ୍ଲାଇନ ଖାଦ୍ୟ ପହଞ୍ଚାଉଥିବା ସଂସ୍ଥା ଓ ଖାଦ୍ୟ ପ୍ରସ୍ତୁତକାରୀ ସଂସ୍ଥା ଦେବେ ବୋଲି କମିସନ ନିର୍ଦ୍ଦେଶ ଦେଇଛନ୍ତି। ୩୦ ଦିନ ଭିତରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରାଯିବ ବୋଲି ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି। କମିସନ୍ ସଭାପତି ଦେବାଶିଷ ନାୟକ ଓ ସଦସ୍ୟ ଶିବାନନ୍ଦ ମହାନ୍ତିଙ୍କୁ ନେଇ ଗଠିତ ଖଣ୍ଡପୀଠ ପୂର୍ଣ୍ଣଚନ୍ଦ୍ର ଦଳାଇଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/money-f.jpg)