ରାଜ୍ୟରେ ୮୩ ଜଣ କରୋନା ଆକ୍ରାନ୍ତ: କେଉଁ ଜିଲ୍ଲାରୁ କେତେ ସୁସ୍ଥ, କେତେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ମୋଟ ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୩୨ ଜଣ ସୁସ୍ଥ ହୋଇଥିବା ବେଳେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି । ଏଥି ସହିତ ୫୦ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ରାଜ୍ୟର ୧୦ଟି ଜିଲ୍ଲାକୁ କରୋନା ପହଞ୍ଚିଛି । ତେବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଲୋକ କରୋନା ଆକ୍ରାନ୍ତ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ମୋଟ ୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ୪୫ ଜଣ ଭୁବନେଶ୍ୱରର ହୋଇଥିବା ବେଳ ଆଉ ଜଣେ ପଶ୍ଚିମବଙ୍ଗର ମେଦିନିପୁର ଅଞ୍ଚଳର ଥିଲେ । ସେଥିରୁ ୨୧ ଜଣ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତ ୨୪ ଜଣ । ପୁରୀ, ଢେଙ୍କାନାଳ ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣେ ଲେଖାଏଁ କରୋନା ପଜିଟିଭ ସୁସ୍ଥ ହୋଇଛନ୍ତି ।

ପ୍ରଥମେ କେନ୍ଦ୍ରପଡ଼ା କଥା ବୁଝିବା । ଏହି ଜିଲ୍ଲାରୁ ୨ ଜଣ ବ୍ୟକ୍ତି ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣେ ଲୋକ ସୁସ୍ଥ ହୋଇଛନ୍ତି । ଅନ୍ୟ ଜଣେ ସକ୍ରିୟଙ୍କ ଚିକିତ୍ସାଜାରି ରହିଛି । କଳାହାଣ୍ଡି ଜିଲ୍ଲାରୁ ମଧ୍ୟ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ସେମାନେ ସୁସ୍ଥ ହୋଇ ସାରିଛନ୍ତି । ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣ ସୁସ୍ଥ ହୋଇଛନ୍ତି । ଜଣଙ୍କର ଚିକିତ୍ସା ଜାରି ରହିଛି ।

ଯାଜପୁର ଜିଲ୍ଲାରେ ମୋଟ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ଜଣେ ବ୍ୟକ୍ତି ସୁସ୍ଥ ହୋଇଥିବା ବେଳେ ଆଉ ୭ ଜଣ ସକ୍ରିୟ ଅଛନ୍ତି । ବାଲେଶ୍ୱର ଜିଲ୍ଲାର ୮ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ସମସ୍ତେ ସକ୍ରିୟ ଅଛନ୍ତି । ତେଣୁ ସେମାନଙ୍କର ଚିକିତ୍ସା ଜାରି ରହିଛି । ଭଦ୍ରକ ଜିଲ୍ଲାରେ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିରୁ ୨ ଜଣ ସୁସ୍ଥ ହୋଇଥିବା ବେଳେ ୯ ଜଣ ସଂକ୍ରମିତ ଅଛନ୍ତି ।

ସମ୍ବନ୍ଧିତ ଖବର