ସକାଳୁ ସଞ୍ଜ ଭିତରେ ୮୩ ନୂଆ ପଜିଟିଭ ଚିହ୍ନଟ, ଗଞ୍ଜାମରୁ ୩୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଦିନକ ମଧ୍ୟରେ ଆଜି ୮୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ବର୍ତ୍ତମାନ ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ପୁରୀର ୨ ପଜିଟିଭଙ୍କ ସହ ଯାଜପୁରର ତିନିଜଣ ପଜିଟିଭ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବାବେଳେ ଅନ୍ୟମାନେ ସୁରଟ ଫେରନ୍ତା ବୋଲି ଜଣାପଡିଛି | ତେବେ ସମସ୍ତେ କ୍ଵାରେଣ୍ଟିନ ସେଣ୍ଟରରେ ଥିବାର ଜଣାପଡିଛି | ପ୍ରଥମେ ଆଜି ସକାଳେ ୫୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଥିଲା ।


ଅନୁଗୁଳ ଜିଲ୍ଲାରୁ ପ୍ରଥମ କରି ୧୩ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ | ଗଞ୍ଜାମ ଜିଲ୍ଲାରେ ୨୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବର ଜିଲ୍ଲାରୁ ୧୫ ଜଣ, ଅନୁଗୁଳ ଜିଲ୍ଲାରୁ ୧୩ଜଣ ଓ ମୟୂରଭଞ୍ଜ ଜିଲ୍ଲାରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ମଧ୍ୟାହ୍ନରେ ଆଉ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ |

୧୦ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଭଦ୍ରକରୁ ୬ଜଣ ହୋଇଥିବା ବେଳେ ଯାଜପୁରରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଆଉ ଏବେ ଚିହ୍ନଟ ହୋଇଥିବା ୧୫ ଜଣଙ୍କ ମଧ୍ୟରୁ ବୌଦ୍ଧରେ ୩ ଜଣ, ଗଞ୍ଜାମରୁ ୭, ଯାଜପୁରରେ ଜଣେ, ପୁରୀରେ ୨ ଜଣ, ଅନୁଗୁଳରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି |

ସମ୍ବନ୍ଧିତ ଖବର