କୁତ୍ରା: ଭିନ୍ନ ଚିନ୍ତାଧାରାର ମଣିଷ ବଏଲୋ କିଶାନ। ବର୍ଷା ପାଣିରେ ଚପଲ ଭାସିଯାଇଥିବା ସମୟରୁ ଆଜି ପର୍ଯ୍ୟନ୍ତ ସେ କେବେ ଚପଲ ପିନ୍ଧନ୍ତି ନାହିଁ । ବର୍ଷାରେ ଚପଲ ଭାସିଯିବା ଘଟଣାକୁ କେହି ସାଧାରଣ ବୋଲି ଭାବିଥାନ୍ତି। କିନ୍ତୁ ସେଇ ଘଟଣାଟି ୮୩ ବର୍ଷୀୟ ବଏଲୋ କିଶାନଙ୍କ ଜୀବନର ଦିଗ ବଦଳେଇ ଦେଇଥିଲା। ସେଇ ଦିନଠୁ ଆଜି ପର୍ଯ୍ୟନ୍ତ ସେ କେବେ ଚପଲ ପିନ୍ଧି ନାହାନ୍ତି। ସୁନ୍ଦରଗଡ଼ଜିଲ୍ଲା କୁତ୍ରା ବ୍ଲକ୍ ଅନ୍ତର୍ଗତ ତୁନମୁରା ଗୈନ୍ତିଆ ପଡାର ବଏଲୋ କିଶାନ ଜଣେ ନିଆରା ମଣିଷ।
ପୂର୍ବରୁ ପୂର୍କାପାଲି ଏମ୍-ଇ ସ୍କୁଲରେ ୨ ବର୍ଷ ଶିକ୍ଷକ ଭାବେ କାମ କରିଥିଲେ। ସେଥିରେ ୮୦ ଟଙ୍କା ଦରମା ପାଉଥିଲେ। କିନ୍ତୁ ବିଦ୍ୟାଳୟର ଦୟନୀୟ ସ୍ଥିତି ଦେଖି ସେ ସେଇ ଦରମାକୁ ବିଦ୍ୟାଳୟକୁ ଦାନ କରୁଥିଲେ।
ପରେ ଟାଟା କମ୍ପାନିରେ ପିଅନ୍ ଭାବେ ଓ ବର୍ତ୍ତମାନ ଚାଷକାମରେ ନିୟୋଜିତ ଅଛନ୍ତି। ତାଙ୍କ ଜୀବନର ଟର୍ନିଙ୍ଗ ପଏଣ୍ଟ ତୃତୀୟ ଶ୍ରେଣୀରେ ପାଠ ପଢୁଥିବା ସମୟରେ ଆସିଥିଲା। ସେ ଚାଲି ଚାଲି ରାସ୍ତାରେ ଯାଉଥିଲେ ହଠାତ୍ ବର୍ଷା ପାଣିରେ ଚପଲଟି ଗୋଡ଼ରୁ ଖସି ଭାସିଯାଇଥିଲା। ସେଇ ଦିନ ଠୁ ସେ ନିଷ୍ପତ୍ତି ନେଲେ ଆଉ କେବେ ଚପଲ ପିନ୍ଧିବେ ନାହିଁ। ସମାଜରେ ଲୋକେ ତାଙ୍କୁ ଭିନ୍ନ ଭାବରେ ଦେଖିଥାନ୍ତି। କିନ୍ତୁ ସେଥିରେ ବଏଲୋଙ୍କୁ କୌଣସି ପ୍ରଭାବ ପଡ଼େନି। ସଭା, ସମିତି, ବନ୍ଧୁଙ୍କ ଘର ସବୁଠି ସେ ଖାଲିପାଦରେ ପହଞ୍ଚନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/22/83-years-old-no-shoes-on-his-feet-the-life-story-of-a-unique-man-2025-09-22-20-32-15.jpg)