ଜୟପୁର: ଗୁରୁବାର ସକାଳେ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮୩୦୦ ଡୋଜ୍ କୋଭିଡ୍-୧୯ ଟିକା ପହଞ୍ଚିଛି।
ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ଭ୍ୟାକ୍ସିନ୍ ଭ୍ୟାନ୍ ଯୋଗେ ଆସିଥିବା ୮୩୦୦ ଡୋଜ୍ର ‘କୋଭିସିଲ୍ଡ୍’ ଟିକା ଆଜି ସକାଳ ପ୍ରାୟ ୬.୩୦ରେ କୋରାପୁଟ ଜିଲ୍ଲା ମୁଖ୍ୟାଳୟରେ ଥିବା ‘ଆଞ୍ଚଳିକ ଟିକା କେନ୍ଦ୍ର’ରେ ପହଞ୍ଚିଥିଲା।
/sambad/media/post_attachments/wp-content/uploads/2021/01/vaccine-koraput1.jpg)
ସେଠାରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମକରନ୍ଦ ବେଉରା ଏହି ଟିକା ଗ୍ରହଣ କରିଛନ୍ତି।
ଜାନୁଆରି ୧୬ ତାରିଖ ଦିନ ‘ଆଞ୍ଚଳିକ ଟିକା କେନ୍ଦ୍ର’ରୁ ଏହି ଟିକା ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାକୁ ନିଆଯିବ। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା କର୍ମୀ ଓ ଡାକ୍ତରଙ୍କ ସମେତ ୧୨୦୭୬ ହିତାଧିକାରୀଙ୍କୁ ଏହି ଟିକା ଦିଆଯିବ। ବାକି ଟିକା ଦ୍ୱିତୀୟ ପର୍ଯ୍ୟାୟରେ ଆସି ପହଞ୍ଚିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/vaccine-koraput.jpg)
