ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୮୩୮୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୭୮୧ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୩୬୦୫ ସ୍ଥାନୀୟ ସଂକ୍ରମିତ।
Covid-19 Report For 27th April
New Positive Cases: 8386
In quarantine: 4781
Local contacts: 3605(Details of local contacts will be shared by concerned Dist Administration)
District Wise Cases:
1. Angul: 347
2. Balasore: 202
3. Bargarh: 257
4. Bhadrak: 67
5. Balangir: 358— I & PR Department, Odisha (@IPR_Odisha) April 28, 2021
ରାଜ୍ୟରେ କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ । ଲଗାତାର ୬ ଦିନ ସଂକ୍ରମଣ ୬ହଜାର ଟପିଥିବା ବେଳେ ଆଜି ସଂଖ୍ୟା ୮ ହଜାର ପାର୍ କରିଛି ।
New recoveries: 4089
Cumulative tested: 9997140
Positive: 428515
Recovered: 371200
Active cases: 55245— I & PR Department, Odisha (@IPR_Odisha) April 28, 2021
ଆଜିର ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୪୦ ଆକ୍ରାନ୍ତ ରହିଛନ୍ତି । ଖୋର୍ଦ୍ଧା ପଛକୁ ସୁନ୍ଦରଗଡ଼ରୁ ୯୩୩, କଟକରୁ ୪୯୬, ଝାରସୁଗୁଡାରୁ ୪୩୩, ନବରଙ୍ଗପୁରରୁ ୩୮୮, ବଲାଙ୍ଗୀରରୁ ୩୫୮,ସମ୍ବଲପୁରରୁ ୩୦୭ ଆକ୍ରାନ୍ତ ଚିହ୍ନଟ ହୋଇଛି । ୩୦ ଜିଲ୍ଲାରୁ ୧୯ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ତିନି ଅଙ୍କ ଟପିଛି । ୨୭ ଦିନରେ ରାଜ୍ୟରେ ସଂକ୍ରମିତ ହେଲେଣି ୮୭ହଜାର ୪୯୯ ଆକ୍ରାନ୍ତ ।
ଗତ ୨୪ ଘଣ୍ଟା ମଧ୍ୟରେ ଆରୋଗ୍ୟ ଲାଭ କରିଛନ୍ତି ୪୦୮୯। ଏବେ ସୁଦ୍ଧା ସଂପୂର୍ଣ୍ଣ ସୁସ୍ଥ ସଂଖ୍ୟା ୩ ଲକ୍ଷ ୭୧ ହଜାର ୨୦୦ରେ ପହଞ୍ଚିଛି। ଏବେ ବି ସକ୍ରିୟ ଅଛନ୍ତି ୫୫୫ ହଜାର ୨୪୫। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସଂପୂର୍ଣ୍ଣ ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ରେ ପହଞ୍ଚିଛି।