ରାଜ୍ୟରେ କରୋନା ନେଲା ୪୦ ଜଣଙ୍କ ଜୀବନ, ୨୪ ଘଣ୍ଟାରେ ୮୩୯୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୩୯୯ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୭୪୨ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୬୫୮ ଜଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୬୮ଜଣ, ବାଲେଶ୍ୱରରୁ ୨୪୦, ବରଗଡରୁ ୧୮୯, ଭଦ୍ରକରୁ ୧୪୭, ବଲାଙ୍ଗୀରରୁ ୧୧୬ଜଣ, ବୌଦ୍ଧରୁ ୧୬୬ଜଣ, କଟକରୁ ୭୬୬,ଦେବଗଡରୁ ୮୧, ଢ଼େଙ୍କାନାଳରୁ ୪୫୧, ଗଜପତିରୁ ୮୦, ଗଞ୍ଜାମରୁ ୬୫, ଜଗତସିଂହପୁରରୁ ୨୬୯ଜଣ, ଯାଜପୁରରୁ ୫୧୪, ଝାରସୁଗୁଡା ୫୩, କଳାହାଣ୍ଡିରୁ ୧୯୦, କନ୍ଧମାଳରୁ ୯୫, କେନ୍ଦ୍ରାପଡାରୁ ୨୧୦, କେଉଁଝରରୁ ୧୮୬ଜଣ, ଖୋର୍ଦ୍ଧାରୁ ୧୧୦୨ ଜଣ, କୋରାପୁଟରୁ ୧୭୮ ଜଣ, ମାଲକାନଗିରିରୁ ୧୨୮ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |


ସେହିପରି ମୟୂରଭଞ୍ଜରୁ ୪୮୫ଜଣ, ନବରଙ୍ଗପୁରରୁ ୨୦୦ଜଣ, ନୟାଗଡ଼ରୁ ୨୨୩ଜଣ, ନୁଆପଡାରୁ ୩୪, ପୁରୀରୁ ୪୭୫, ରାୟଗଡାରୁ ୨୯୨, ସମ୍ବଲପୁରରୁ ୧୯୧ଜଣ, ସୋନପୁରରୁ ୧୪୩, ସୁନ୍ଦରଗଡରୁ ୪୭୭ଜଣ, ରାଜ୍ୟ ପୁଲରୁ ୧୮୫ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ଆଜି କରୋନାରେ ୪୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି |

ସମ୍ବନ୍ଧିତ ଖବର