୮୪.୨୯% କମ୍‌ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି, ବିଦେଶୀ ପର୍ଯ୍ୟଟକ ସଂଖ୍ୟା ୯୯.୩୫% କମିଛି

ଭୁବନେଶ୍ବର : ରାଜ୍ୟକୁ ଯେପରି ଅଧିକ ପର୍ଯ୍ୟଟକ ଆସିବେ ସେଥିପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। ପର୍ଯ୍ୟଟନସ୍ଥଳୀରେ ଭିତ୍ତିଭୂମି ସୁଦୃଢ କରିବା ସହ ସାମଗ୍ରିକ ବିକାଶ କରାଯାଉଛି। ଜୋରଦାର୍‌ ପ୍ରଚାର ପ୍ରସାର କରାଯାଉଛି। ହେଲେ ୨୦୨୦-୨୧ରେ ରାଜ୍ୟରେ ପର୍ଯ୍ୟଟକଙ୍କ ଆଗମନ କମିଛି। ୨୦୧୯-୨୦ ତୁଳନାରେ ୮୪.୨୯% କମ୍‌ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। ଏହି ବର୍ଷ ମାତ୍ର ୨୩,୭୭,୧୭୫ଜଣ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି।

ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ତାରକା ପ୍ରଶ୍ନର ଉତ୍ତର ଦେଇ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି ଯେ, ୨୦୨୦-୨୧ରେ ରାଜ୍ୟ ଭିତରର ୧୪,୨୫,୭୭୦ଜଣ ପର୍ଯ୍ୟଟକ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ବୁଲି ଯାଇଥିବାବେଳେ ଗତବର୍ଷ ତୁଳନାରେ ଏହା ୮୪.୧୯% କମ୍। ସେହିପରି ରାଜ୍ୟ ବାହାରର ୯,୫୦,୭୫୩ଜଣ ପର୍ଯ୍ୟଟକ ଆସିଥିବାବେଳେ ଗତ ବର୍ଷ ତୁଳନାରେ ଏହା ୮୪.୧୯% କମ୍, ୬୫୯ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ଏହା ଗତ ବର୍ଷ ତୁଳନାରେ ୯୯.୩୫% କମ୍‌।

ସମ୍ବନ୍ଧିତ ଖବର