୫ବର୍ଷରେ ଉତ୍ତୀର୍ଣ୍ଣ ହୋଇଛନ୍ତି ୮୫,୯୯୮ ଇଞ୍ଜିନିୟରିଂ ଡିଗ୍ରି

ଭୁବନେଶ୍ବର : ରାଜ୍ୟରେ ୫ବର୍ଷରେ ୮୫,୯୯୮ ଜଣ ଓ ୧,୧୩,୪୧୯ଜଣ ଡିପ୍ଲୋମାରେ ଉତୀର୍ଣ୍ଣ ହୋଇଛନ୍ତି। ୨୦୧୭-୧୮ରେ ୨୨,୫୮୨, ୨୦୨୮-୨୯ରେ ୧୭,୯୫୫, ୨୦୧୯-୨୦ରେ ୧୪,୮୪୧, ୨୦୨୦-୨୧ ୧୭,୧୫୩ ଓ ୨୦୨୧-୨୨ରେ ୧୩,୫୨୧ ଜଣ ଇଞ୍ଜିନିୟରିଂ ଡିଗ୍ରିରେ ଉତୀର୍ଣ୍ଣ ହୋଇଥିବା ସୂଚନା ଦେଇଛନ୍ତି ଦକ୍ଷତା ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡ଼ାଇ।

ବିଧାୟକ ‌ସୌମ୍ୟରଂଜନ ପଟ୍ଟନାୟକଙ୍କ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ଘଡ଼ାଇ କହିଛନ୍ତି ଯେ ରାଜ୍ୟ ସରକାର ୨୦୧୪-୧୫ ଆର୍ଥିକ ବର୍ଷଠାରୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି କାର୍ଯ୍ୟକ୍ରମ ନାମରେ ନୂତନ କାର୍ଯ୍ୟକ୍ରମ ପ୍ରଣୟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅଧୀନରେ ୨୦୧୪-୧୫ରୁ ୨୦୨୨-୨୩ ବର୍ଷ ମଧ୍ୟରେ ୧୬,୧୭,୧୦୦ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି। ରାଜ୍ୟରେ ଯୁବକ ଓ ଯୁବତୀଙ୍କୁ ଅଧିକରୁ ଅଧିକ ନିଯୁକ୍ତିକ୍ଷମ କରିବା ପାଇଁ ଏକ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ପ୍ଲେସମେଣ୍ଟ ଲିଙ୍କ୍‌ଡ ଟ୍ରେନିଂ ପ୍ରୋଗ୍ରାମ(ପିଏଲଟିପି) ୨୦୧୧-୧୨ରୁ ରାଜ୍ୟ ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ଦ୍ବାରା ପ୍ରଚଳନ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ୧,୧୨,୬୯୪ଜଣ ଯୁବକ/ଯୁବତୀଙ୍କୁ ତାଲିମ ପ୍ରଦାନ କରାଯାଇଛି। ତହିଁରୁ ୩୦,୦୩୮ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି।

ରାଜ୍ୟରେ ଶିକ୍ଷିତ ଯୁବକ/ଯୁବତୀଙ୍କୁ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ଅଧିକରୁ ଅଧିକ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରି ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ରାଜ୍ୟ ନିଯୁକ୍ତି ମିସନ ୨୦୦୫-୦୬ରେ ଗଠନ କରାଯାଇଥିଲା। ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ ଓ ତ୍ମରାନ୍ବିତ କରିବା ପାଇଁ ରାଜ୍ୟ ସରକାର ୨୦୧୬-୧୭ରେ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ଗଠନ କରିଛନ୍ତି।

ସମ୍ବନ୍ଧିତ ଖବର