ଏସ୍‌ସିବିରେ ୮୬ଡେଙ୍ଗୁ ରୋଗୀ : ଜଗତ୍‌ସିଂହପୁରରେ ୩ ଦିନରେ ୩୦

କଟକ : ଏସ୍‌ସିବିରେ ଗତକାଲି ସ୍ବାଇନ୍‌ ଫ୍ଲୁରେ କଟକର ସୁଶାନ୍ତ ଜେନାଙ୍କ ମୃତ୍ୟୁ ଘଟିଥିବାବେଳେ ଏପଟେ ବଢି ଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଗଲା ୩ ଦିନରେ ୮୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ ଜଗତ୍‌ସି˚ହପୁରରୁ ୩୦ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବାବେଳେ କେନ୍ଦ୍ରାପଡାରୁ ୨୦, କଟକରୁ ୯ ଓ ଯାଜପୁରରୁ ୧୨ଜଣ ଡେଙ୍ଗୁ ରୋଗୀ ହୋଇଛନ୍ତି। ଗଲା ୨୦ତାରିଖରୁ ଆଜି ପର୍ଯ୍ୟନ୍ତ ଏସ୍‌ସିବିରେ ପରୀକ୍ଷା ହୋଇଥିବା ୩୨୩ଟି ରକ୍ତ ନମୁନାରୁ ୮୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିରୁ କେବଳ ଜଗତ୍‌ସି˚ହପୁରରୁ ୩୦ଜଣ ରୋଗୀ ରହିଥିବା ଜଣାପଡିଛି। କେନ୍ଦ୍ରାପଡାରୁ ୨୦ଜଣ, କଟକରୁ ୯ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଜଗତ୍‌ସିଂହପୁରରେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ତେବେ ଏସ୍‌ସିବିରେ ୮୬ଜଣ ୱାର୍ଡରେ ଚିକିତ୍ସିତ ହେଉଥିବାବେଳେ ସେଥିରୁ ୧୦ଜଣ ଆଇସିୟୁରେ ଭର୍ତ୍ତି ହୋଇଥିବା ଏସ୍‌ସିବି କତ୍ତୃର୍ପକ୍ଷଙ୍କ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର