ମାଲକାନଗିରି: ସୀମନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ପୁଲିସ ନିକଟରେ ୨୪ ଜଣ ଦୁର୍ଦାନ୍ତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ପିଏଲଜିଏ ସଦସ୍ୟ, ଡେପୁଟି କମାଣ୍ଡର, ପିପିସିଏମ ସଦସ୍ୟ, ଏସିଏମ, ସିଏନଏମ ସଦସ୍ୟ, କେଏମଏସ ଅଧ୍ୟକ୍ଷ, କେକେବିଏନ ଡିଭିଜନର ସଦସ୍ୟ।
ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଯିତେନ୍ଦ୍ର ଯାଦବଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ୨୦ ଜଣ ନାମରେ ୮୭.୫୦ ଲକ୍ଷ ଟଂକାର ପୁରସ୍କାର ରହିଥିଲା। ଲଗାତାର ପୁଲିସର ଅପରେସନରେ ନକ୍ସଲ ମୃତ୍ୟୁବରଣ କରୁଥିବା ସହ ନକ୍ସଲଙ୍କର ସମସ୍ତ ଅଂଚଳକୁ ପୁଲିସ କବଜା କରିଥିବାରୁ ଏମାନେ ଏବେ ଭୟଭିତ ହୋଇ ରହିଥିଲେ। ସଂଗଠନ ସଂପୂର୍ଣ୍ଣ ଦୁର୍ବଳ ହେବା ସହ ଆଉ ସଂଗଠନକୁ ଚଲାଇବା ପାଇଁ ଶୀର୍ଷ ନେତାଙ୍କର ଦମ୍ଭ ନାହିଁ। ତେଣୁ ମୃତ୍ୟୁବରଣ କରିବା ଅପେକ୍ଷା ପରିବାର ସହ ହସଖୁସିରେ ରହିବାକୁ ଚିନ୍ତା କରି ଏମାନେ ସଂଗଠନ ଛାଡିଥିବା କହିଥିଲେ।
ଲାଲ୍ଗଡ଼ରେ ଧୀରେଧୀରେ ମାଓଦୁର୍ଗ ଭୁଶୁଡ଼ିବାରେ ଲାଗିଛି। ମାଓବାଦୀମାନେ ସୁରକ୍ଷା ବାହିନୀକୁ ପୂର୍ବଭଳି ମୁକାବିଲା କରିପାରୁ ନାହାନ୍ତି। ଅନ୍ୟପଟରେ ସରକାରଙ୍କ ଲୋକାଭିମୁଖୀ ଯୋଜନାରେ ଆକର୍ଷିତ ହୋଇ ଆତ୍ମସମର୍ପଣ କରୁଛନ୍ତି।
/sambad/media/media_files/2025/05/24/mkg-24-naxal-surrender1-821186.jpg)
ଆତ୍ମସମର୍ପଣ କରିଥିବା ନକ୍ସଲମାନେ ହେଲେ ୧୦ ଲକ୍ଷ ପୁରସ୍କାର ଘୋଷିତ ହନୁମନ୍ତ ପାଣ୍ଡୁ ଓରଫ ରାକେଶ(୪୨), ୮ ଲକ୍ଷ ଘୋଷିତ ମଙ୍ଗଲି କୋସା ଓରଫ ଜେନୀ(୩୭), ୮ ଲକ୍ଷ ପୁରସ୍କାର ଘୋଷିତ ସଂପତ ପୁନେମ ଅରଫ ସୁକଲୁ(୩୫), ୮ ଲକ୍ଷ ଘୋଷିତ ଲକ୍ଷ୍ମୀ ପୁନେମ(୩୦), ୮ ଲକ୍ଷ ଘୋଷିତ ରାଜୁ ଫରସା ଓରଫ ବିକାଶ(୨୯), ୮ ଲକ୍ଷ ଘୋଷିତ ଦସରୁ କୁଞ୍ଜାମ ଅରଫ ମୋହନ(୨୮), ୮ ଲକ୍ଷ ଘୋଷିତ ମୁକା ମାଡବୀ ଓରଫ ମଙ୍ଗଡୁ(୩୦), ୮ ଲକ୍ଷ ଘୋଷିତ ଅର୍ଜୁନ ମାଡବୀ(୨୧), ୫ ଲକ୍ଷ ପୁରସ୍କାର ଘୋଷିତ ତୁଳସୀ କୋରସା(୨୬), ୫ ଲକ୍ଷ ଘୋଷିତ ପାଇକୁ କୋରସା(୩୦), ୨ ଲକ୍ଷ ଘୋଷିତ କୁମ୍ମୀ ପୋଟାମ(୪୧), ୨ ଲକ୍ଷ ଘୋଷିତ ସୁଦୁରୁ ମୋଡିୟମ(୩୦), ୧ ଲକ୍ଷ ପୁରସ୍କାର ଘୋଷିତ ସୁନୀଲ ଓୟାମ(୨୧), ୧ ଲକ୍ଷ ଘୋଷିତ ଛଟୁ କୁଞ୍ଜାମ(୩୪), ୧ ଲକ୍ଷ ଘୋଷିତ ବୁଦ୍ଧି ହେମଲା(୨୬), ୧ ଲକ୍ଷ ଘୋଷିତ ରୀନା କୋରସା(୨୧), ୧ ଲକ୍ଷ ଘୋଷିତ ଗୁନ୍ନା ଉଇକା(୨୨), ୧ ଲକ୍ଷ ଘୋଷିତ ଜିତୁ ପୁନେମ(୨୬), ୧ ଲକ୍ଷ ଘୋଷିତ ବତୀ ପୁନେମ(୨୧), ୫୦ ହଜାର ଘୋଷିତ ଗଙ୍ଗା କୁଞ୍ଜାମ(୪୦), ନାଗମଣି ତାତି(୨୦), ଦେବାରାମ ପୋୟାମ(୨୫) ଏବଂ କୋସା ସୋଡି(୧୯)।
ଏମାନଙ୍କୁ ପୁଲିସ ତରଫରୁ ସମସ୍ତଙ୍କୁ ୫୦ ହଜାର ଟଂକାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ଏଥିସହ ଆତ୍ମସମର୍ପଣ ନୀତି ଅନୁଯାୟୀ ସମସ୍ତଙ୍କୁ ଥଇଥାନ କରାଯିବ। ଏଥିସହ ଆବାସ ଗୃହ ସହ ମାସିକ ଆର୍ଥ ରାଶି ମଧ୍ୟ ପ୍ରଦାନ କରାଯିବ। ଏତେ ବଡ଼ବଡ଼ ନକ୍ସଲ ଆତ୍ମସମର୍ପଣ ପରେ ସଂଗଠନ ଆହୁରି ଦୁର୍ବଳ ହୋଇଥିବା ପୁଲିସ କହିଛି। ବର୍ତ୍ତମାନ ସୁଦ୍ଧା ବିଜାପୁର ଜିଲ୍ଲାରେ ୨୭୭ ଜଣ ନକ୍ସଲ ଆତ୍ମସମର୍ପଣ କରିସାରିଲେଣି।
maoists | Chhattisgarh
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2025/05/24/mkg-24-naxal-surrender-193186.jpg)