ରାଜ୍ୟରେ ରେକର୍ଡ : ଗୋଟିଏ ଦିନରେ ସୁସ୍ଥ ହେଲେ ୮୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଆଜି ରାଜ୍ୟରେ ପୂର୍ବ ସବୁ ରେକର୍ଡକୁ ଭାଙ୍ଗିଛି ସୁସ୍ଥ ସଂଖ୍ୟା | ଦିନକୁ ଦିନ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବାକୁ ନେଇ ଲୋକେ ଚିନ୍ତିତ ଥିବା ବେଳେ ଗୋଟେ ଦିନରେ ୮୭୮ଜଣ ଆକ୍ରାନ୍ତ ସୁସ୍ଥ ହେବା ଖବର ସମସ୍ତଙ୍କୁ ଆଶ୍ଵସ୍ତ କରିଛି | ନୂତନ ସୁସ୍ଥ ସଂଖ୍ୟାକୁ ମିଶାଇ ରାଜ୍ୟରେ ଏଯାବତ୍‌ ମୋଟ ୧୮୯୩୮ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ସୁସ୍ଥ ହୋଇଥିବା ୮୭୮ଜଣଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି |

ସୁସ୍ଥ ୮୭୮ଜଣଙ୍କ ମଧ୍ୟରେ ଗଞ୍ଜାମରୁ ୩୯୬ ଜଣ, ଖୋର୍ଦ୍ଧାରୁ ୧୧୪ଜଣ, ଗଜପତିରୁ ୪୯ଜଣ, ଜଗତସିଂହପୁରରୁ ୪୪ଜଣ, କୋରାପୁଟରୁ ୩୫ଜଣ, ବାଲେଶ୍ୱରରୁ ୩୩ଜଣ, କନ୍ଧମାଳରୁ ୨୯ଜଣ, ଅନୁଗୁଳରୁ ୨୬ଜଣ, କେନ୍ଦୁଝରରୁ ୨୩ଜଣ, ନୟାଗଡ଼ରୁ ୧୬ଜଣ, କଟକରୁ ୧୪ଜଣ, ସୁନ୍ଦରଗଡ଼ରୁ ୧୪ଜଣ, ଭଦ୍ରକରୁ ୧୩ଜଣ, ମାଲକାନଗିରିରୁ ୧୧ଜଣ, ଯାଜପୁରରୁ ୧୦ଜଣ, କେନ୍ଦ୍ରାପଡ଼ାରୁ ୮ଜଣ, ବରଗଡ଼, ବୌଦ୍ଧ ଏବଂ ଢେଙ୍କାନାଳରୁ ୭ଜଣ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଝାରସୁଗୁଡାରୁ ୫ଜଣ ସୁସ୍ଥ ହୋଇଛନ୍ତି | ସେହିଭଳି ବଲାଙ୍ଗୀର ଏବଂ ପୁରୀରୁ ୪ଜଣ ଲେଖାଏଁ, ନୂଆପଡା ଏବଂ ରାୟଗଡାରୁ ୩ଜଣ ଲେଖାଏଁ, ମୟୂରଭଞ୍ଜରୁ ୨ଜଣ ଏବଂ ସମ୍ବଲପୁରରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି | ଏ ନେଇ ଟୁଇଟ କରି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ |

ସୂଚନା ମୁତାବକ, ଆଜି ରାଜ୍ୟରେ ୧୦୬୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ | ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୧୭୫କୁ ବୃଦ୍ଧି ପାଇଥିଲା | ଏହା ସହ ଆଜି କରୋନା ଆକ୍ରାନ୍ତ ହୋଇ ୫ଜଣଙ୍କ ମୃତ୍ୟୁ ଘଟିବ ପରେ ମୃତ୍ୟୁ ସଂଖ୍ୟା ୧୫୯ରେ ପହଞ୍ଚିଛି |

ସମ୍ବନ୍ଧିତ ଖବର