ଲକଡାଉନର ପ୍ରଥମ ଦିନରେ ଭୁବନେଶ୍ବରରେ ଚିହ୍ନଟ ହେଲେ ୮୭ କରୋନା ଆକ୍ରାନ୍ତ: ସଙ୍ଗରୋଧରୁ ୪୧, ସ୍ଥାନୀୟ ସଂକ୍ରମଣ ୪୬

୧୧୩୦ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଖୋର୍ଦ୍ଧା, ଗଞ୍ଜାମ, ଯାଜପୁର,କଟକ ଏବଂ ରାଉରକେଲାକୁ ଲକଡାଉନ କରାଯାଇଛି | ଆଜି ଲକଡାଉନର ପ୍ରଥମ ଦିନରେ ଭୁବନେଶ୍ୱରରୁ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ଟୁଇଟ କରି ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ | ଚିହ୍ନଟ ୮୭ଜଣଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୪୧ଜଣ ଚିହ୍ନଟ ହୋଇଥିବା ବେଳେ ୪୬ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି | ଆଜି ପ୍ରଥମ କରି ସଙ୍ଗରୋଧ କେନ୍ଦ୍ରଠାରୁ ସ୍ଥାନୀୟ ସଂକ୍ରମଣର ସଂଖ୍ୟା ଅଧିକ ରହିଛି | ନୂତନ ସଂକ୍ରମଣକୁ ମିଶାଇ ଏବେ ଭୁବନେଶ୍ୱର ମୋଟ ୧୧୩୦ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୪୯୪ଜଣ ସୁସ୍ଥ ହୋଇଛନ୍ତି | ଏହା ସହ ୬୨୪ଟି ସକ୍ରିୟ ମାମଲା ରହିଥିବା ବେଳେ କରୋନା ଆକ୍ରାନ୍ତ ହୋଇ ୧୧ଜଣଙ୍କର ମୃତ୍ୟୁ ଘଟିଛି |

ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ୪୧ଜଣଙ୍କ  ମଧ୍ୟରେ ୪ଜଣ ଆକ୍ରାନ୍ତଙ୍କ ବୟସ ୧୦ବର୍ଷରୁ କମ ଥିବା ଜଣା ପଡିଛି | ଚିହ୍ନଟ ୪୧ ଆକ୍ରାନ୍ତଙ୍କ  ମଧ୍ୟରେ ମୈତ୍ରୀ ବିହାରର ଏଲଆଇସି କଲୋନୀରୁ ୨ଜଣ, ଆଇଆରସି ଭିଲେଜ ଏନ-୩ରୁ ଜଣେ, ଗଙ୍ଗନଗରର ଏସବିଆଇ ଏନଆରଆଇ ଶାଖା ନିକଟରୁ ଜଣେ, ବିଜେବି ନଗରରୁ ଜଣେ, ଡମଣାରୁ ୩ଜଣ, ଶାସ୍ତ୍ରୀ ନଗରରୁ ଜଣେ, ପୋଖରୀପୁଟର ଅନନ୍ତ ବିହାରରୁ ଜଣେ, ଲକ୍ଷ୍ମୀସାଗରର ସନ୍ତୋଷ ବିହାରରୁ ୨ଜଣ, ନୟାପଲ୍ଲୀର ମହିମା ଢ଼ାବା ନିକଟରୁ ଜଣେ, ୟୁନିଟ-୯ର ରୋଡ଼-୨ରୁ ଜଣେ, ଲୁଇସ ରୋଡ଼ରୁ ଜଣେ, ବିଜେବି ନଗରର ବିଜୟ ଲକ୍ଷ୍ମୀ କଲୋନୀରେ ରହୁଥିବା ଗୋଟେ ପରିବାରର ୩ଜଣ, ୟୁନିଟ-୨ର ରାଜମହଲ ଛକରୁ ଜଣେ, ରସୁଲଗଡ଼ରୁ ଜଣେ, ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ, ନୟାପଲ୍ଲୀର ବେହେରା ସାହିରୁ ଜଣେ, ଆଚାର୍ଯ୍ୟ ବିହାରରେ ଥିବା ସାଇନ୍ସ ପାର୍କ ବସ୍ତିରୁ ଜଣେ, ଲକ୍ଷ୍ମୀସାଗରର ଓସ୍କାର ସିଟି ନିକଟରୁ ଜଣେ, ବମିଖାଲର ଜୟଦୁର୍ଗା ନଗରରୁ ଜଣେ, ଓଲଡ ଟାଉନର ପୁନାମା ଗେଟରୁ ଜଣେ, ଶ୍ରୀରାମ ନଗରରୁ ଜଣେ, ନୂଆଗାଁର ଖରଡ଼ା ସାହିରୁ ଜଣେ, ନୟାପଲ୍ଲୀ ବ୍ରିଟ କଲୋନିରୁ ୩ଜଣ, ବଡ଼ଗଡ଼ କେନାଲ ରୋଡ଼ରୁ ଜଣେ, ବରମୁଣ୍ଡାର ମହିମା ମିଶ୍ର ଲେନରୁ ଜଣେ, କାନନ ବିହାରର ଫେଜ-୧ରୁ ଗୋଟେ ପରିବାରର ୬ଜଣ, ପାତ୍ରପଡାରୁ ଜଣେ ଏବଂ ମହାରାଷ୍ଟ୍ରରୁ ଫେରି ସଙ୍ଗରୋଧରେ ଥିବା ଜଣେ ୮ବର୍ଷିୟ ଶିଶୁ ରହିଛି |

ସେହିଭଳି ସ୍ଥାନୀୟ ସଂକ୍ରମଣର ଶିକାର ହୋଇଥିବା ୪୬ଜଣଙ୍କ ମଧ୍ୟରେ, ଜାଗମରାର ଆଇଟିଇଆର କଲେଜ ନିକଟରୁ ଜଣେ, ୟୁନିଟ-୩ରୁ ଜଣେ, ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ, ଝାରପଡାର ବାଲାଜୀ ଗୋବିନ୍ଦ ଆପାର୍ଟମେଣ୍ଟରୁ ଜଣେ, ୟୁନିଟ-୨ର ଅଖଣ୍ଡମଣି ବସ୍ତିରୁ ଜଣେ, ଲକ୍ଷ୍ମୀସାଗରର ପ୍ରିତମ କଲ୍ୟାଣ ମଣ୍ଡପ ନିକଟରୁ ଜଣେ, କଳିଙ୍ଗ ବିହାରରୁ ଜଣେ, ରସୁଲଗଡର ଜଗନ୍ନାଥ ନଗରରୁ ଜଣେ, ଗୌତମ ନଗରର ହରିହର ଏନକ୍ଳେଭରୁ ୩ଜଣ, ବରମୁଣ୍ଡା ତ୍ରିନାଥ ବଜାରରୁ ଜଣେ, କାନନ ବିହାରରୁ ଜଣେ, ଶୈଳଶ୍ରୀ ବିହାରରୁ ୩ଜଣ, ନୟାପଲ୍ଲୀ ଆଇଆରସି ଭିଲେଜରୁ ଜଣେ, ଗଙ୍ଗନଗରରୁ ଜଣେ, ଟଙ୍କପାଣି ରୋଡ଼ର ରାଜାରାଣୀ କଲୋନୀରୁ ଜଣେ, ଘରୋଇ ଡାକ୍ତରଖାନାର ଜଣେ କର୍ମଚାରୀ, ନୟାପଲ୍ଲୀର ଗାନ୍ଧୀ ବସ୍ତିରୁ ଜଣେ, ଜୟଦେବ ବିହାରର ସାହିଲ ସ୍କୋୟାରରୁ ଜଣେ, ଖଣ୍ଡଗିରିରୁ ଜଣେ, ପାଣ୍ଡରାର ହାଇ-ଟେକ ହସ୍ପିଟାଲ ନିକଟସ୍ଥ ଜିଜିପି କଲୋନୀରୁ ଜଣେ, ପାହାଳର ଆଇଇସି ଏଲ କୋ-ଅପରେଟିଭ ସୋସାଇଟିରୁ ଜଣେ, ଆଚାର୍ଯ୍ୟ ବିହାର ଦୂରଦର୍ଶନ କେନ୍ଦ୍ର ନିକଟରୁ ୨ଜଣ, କଳିଙ୍ଗ ନଗରର କେ-୭ରୁ ଜଣେ, ପାତ୍ରପଡାରୁ ଜଣେ, ଟଙ୍କପାଣି ରୋଡ଼ ପାଣ୍ଡଵ ନଗରରୁ ଜଣେ, କଳିଙ୍ଗ ନଗରର କେ-୪ରୁ ଜଣେ, କାନନ ବିହାରର ସ୍ଵପ୍ଣପୁରୀ ପଟିଆରୁ ଜଣେ, ଚନ୍ଦ୍ରଶେଖରପୁରରୁ ଜଣେ, ଖଣ୍ଡଗିରିର ଅମ୍ରିତ ନଗରରୁ ଜଣେ, ୟୁନିଟ-୪ ଶାସ୍ତ୍ରୀ ନଗରରୁ ଜଣେ, ପଟିଆର ଅହଲ୍ୟା ନଗରରୁ ଜଣେ, ଗଙ୍ଗନଗରର ପିଚୁପଡିଆ ବସ୍ତିରୁ ୨ଜଣ, କଳିଙ୍ଗ ନଗରରୁ ଜଣେ, ଲକ୍ଷ୍ମୀସାଗରର ଓସ୍କାର ସିଟିରୁ ଜଣେ, ୟୁନିଟ-୬ର ସବର ସାହି ବସ୍ତିରୁ ଜଣେ, ଚନ୍ଦ୍ରଶେଖରପୁରର ପ୍ରାଚୀ ଏନକ୍ଳେଭରୁ ଜଣେ, ଲୁଇସ ରୋଡ଼ରୁ ଜଣେ ଏବଂ ନୟାପଲ୍ଲୀର ତ୍ରିନାଥ ନଗର ବସ୍ତିରୁ ୪ଜଣ ରହିଛନ୍ତି |

ସେହିପରି ଆଜି ସକାଳେ  ଓଡ଼ିଶାରେ ୫୯୧ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ଫଳରେ ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬,୭୦୧କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ଭିତରୁ ୩୯୪ଜଣ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୯୭ଜଣ ସ୍ଥାନୀୟ ସଂକ୍ରମିତ ଅଛନ୍ତି। ଆଜି ୨୫ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର