ଭୁବନେଶ୍ୱର : ସର୍ବଭାରତୀୟ ଛାତ୍ର ସଙ୍ଗଠନ ଏଆଇଏସ୍ଏଫ୍ (ଅଖିଳ ଭାରତ ଛାତ୍ର ସଂଘ)ର ୮୭ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଓ ଛାତ୍ରସଂଘର ରାଜ୍ୟ କାର୍ଯ୍ୟାଳୟଠାରେ ପତାକା ଉତ୍ତୋଳନ ସହ ସମ୍ପ୍ରତି ଧ୍ୱଂସପ୍ରାୟ ଶିକ୍ଷା ବ୍ୟବସ୍ଥା ସଂପର୍କରେ ବିଶଦ୍‌ ଆଲୋଚନା କରାଯାଇଥିଲା। ଶିକ୍ଷାଦାନ ରାଷ୍ଟ୍ରର ଦାୟିତ୍ବ ହେଉ ଓ ସମସ୍ତଙ୍କୁ ଏକପ୍ରକାରର ଶିକ୍ଷାଦାନ କରାଗଲେ ଭେଦଭାବବିହୀନ ସମାଜ ସୃଷ୍ଟି ସମ୍ଭବ ହେବ ଏବଂ ଭାରତ ପ୍ରକୃତ ବିଶ୍ୱଗୁରୁ ହୋଇପାରିବ ବୋଲି ଏଆଇଏସ୍ଏଫ୍ ରାଜ୍ୟ ସଭାପତି ସଙ୍ଘମିତ୍ରା ଜେନା କହିଥିଲେ। ଭୁବନେଶ୍ୱରରେ ଅଧ୍ୟୟନରତ ୫୦ରୁ ଅଧିକ ଛାତ୍ରଛାତ୍ରୀ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

Advertisment

ସୂଚନାଯୋଗ୍ୟ, ସମସ୍ତଙ୍କୁ ଏକପ୍ରକାରର ବିଜ୍ଞାନସମ୍ମତ ଶିକ୍ଷା ପ୍ରଦାନ, ଶିକ୍ଷାର ଘରୋଇକରଣ-ବ୍ୟବସାୟୀକରଣ-ସାଂପ୍ରଦାୟୀକରଣ ବନ୍ଦ କରାଯିବା, ଖାଲି ପଡ଼ିଥିବା ସମସ୍ତ ଶିକ୍ଷକ ଓ ଅଧ୍ୟାପକ ପଦ ତୁରନ୍ତ ପୂରଣ ଏବଂ ଶିକ୍ଷା ପରେ ସମସ୍ତଙ୍କୁ କର୍ମନିଯୁକ୍ତିର ଗ୍ୟାରେଣ୍ଟି ଦାବିରେ ସମଗ୍ର ଦେଶରେ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି।