ରାଜ୍ୟରେ ୮୮୩୯ ନୂଆ କରୋନା ଆକ୍ରାନ୍ତ, ୪୨ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ୪୯୪୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୮୯୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨୩୫ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ୪୨ ଜଣ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ୨୮୭୩କୁ ବୃଦ୍ଧି ।

 

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୪୧୪ଜଣ, ବାଲେଶ୍ୱରରୁ ୩୯୫ଜଣ, ବରଗଡ଼ରୁ ୧୯୩ ଜଣ, ଭଦ୍ରକରୁ ୪୧୯ଜଣ, ବଲାଙ୍ଗୀରରୁ ୮୯ ଜଣ, ବୌଦ୍ଧରୁ ୧୭୯ ଜଣ, କଟକରୁ ୭୬୯ ଜଣ, ଦେବଗଡ଼ରୁ୮୪ ଜଣ, ଢେଙ୍କାନାଳରୁ ୫୧୦ ଜଣ, ଗଜପତିରୁ ୫୨ ଜଣ, ଗଞ୍ଜାମରୁ ୧୯୬ ଜଣ, ଜଗତସିଂହପୁରରୁ ୩୧୭ ଜଣ, ଯାଜପୁରରୁ ୪୯୩ ଜଣ, ଝାରସୁଗୁଡ଼ାରୁ୧୨୧ ଜଣ, କଳାହାଣ୍ଡିରୁ ୫ ଜଣ, କନ୍ଧମାଳରୁ ୫୮ ଜଣ, କେନ୍ଦ୍ରାପଡ଼ାରୁ ୩୦୨ ଜଣ, କେଉଁଝରରୁ ୧୮୮ ଜଣ, କୋରାପୁଟରୁ ୯୯ ଜଣ, ମାଲକାନଗିରିରୁ ୮୫ଜଣ, ମୟୁରଭଞ୍ଜରୁ ୫୮୩ ଜଣ, ନବରଙ୍ଗପୁରରୁ ୧୨୯ ଜଣ, ନୟାଗଡ଼ରୁ ୨୪୬ ଜଣ, ନୂଆପଡ଼ାରୁ ୩୪ ଜଣ, ପୁରୀରୁ ୪୩୮ ଜଣ, ରାୟଗଡ଼ାରୁ ୬ ଜଣ, ସମ୍ୱଲପୁରରୁ ୧୯୪ଜଣ, ସୋନପୁରରୁ ୧୧୮, ସୁନ୍ଦରଗଡ଼ରୁ ୩୩୮ ଓ ଷ୍ଟେଟ ପୁଲରୁ ୨୦୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୭୯୦୯୭୦  ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୭୦୨୬୨୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୫୪୨୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

ସମ୍ବନ୍ଧିତ ଖବର