କରୋନା ଆକ୍ରାନ୍ତରେ ଖୋର୍ଦ୍ଧାକୁ ଟପିଲା ସମ୍ବଲପୁର, ଗତ ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟରେ ୮୮୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ଅନେକ ଦିନ ପରେ କରୋନା ଆକ୍ରାନ୍ତ ମାମଲାରେ ଖୋର୍ଦ୍ଧା ଦ୍ଵିତୀୟ ସ୍ଥାନକୁ ଖସିଛି | ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୦ରୁ ୧୮ ବର୍ଷ ମଧ୍ୟରେ ୧୬୯ ଜଣ ଥିବାବେଳେ ସଙ୍ଗରୋଧରୁ ୫୧୬ ଜଣ ଓ ସ୍ଥାନୀୟ ସଂକ୍ରମଣରୁ ୩୭୦ ଜଣ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରୁ ସର୍ବାଧିକ ୧୭୯ ଜଣ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୮୬, କୋରାପୁଟରୁ ୬୬, କଟକରୁ ୪୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |


ସୂଚନା ମୁତାବକ ଏହି ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୧୨ ଲକ୍ଷ ୮୦ ହଜାର ୭୮୪ରେ ପହଞ୍ଚିଥିବାବେଳେ ୧୨ ଲକ୍ଷ ୬୩ ହଜାର ୧୦୬ ଜଣ ସୁସ୍ଥ ହୋଇଛନ୍ତି | ସେହିପରି ରାଜ୍ୟରେ ୮୬୬୪ଟି ସକ୍ରିୟ ମାମଲା ଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୧୬ ଜଣଙ୍କର କରୋନା ଯୋଗୁଁ ମୃତ୍ୟୁ ହୋଇଛି |

ସମ୍ବନ୍ଧିତ ଖବର