ଭୁବନେଶ୍ୱର: ରାଜ୍ୟରେ ଦଶହରା ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀର ପିଲାମାନଙ୍କ ପାଇଁ ସ୍କୁଲ ଖୋଲିବ। ଅଷ୍ଟମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇ ଅଫ୍ଲାଇନ୍ରେ କ୍ଲାସ୍ କରିବେ। ଗଣଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଦଶହରା ପରେ ଅଷ୍ଟମ ଓ ଏକାଦଶ ଶ୍ରେଣୀରେ ଅଫ୍ଲାଇନ୍ ମାଧ୍ୟମରେ କ୍ଲାସ ହେବ। ପିଲାମାନେ ସ୍କୁଲକୁ ଯାଇ ପାଠ ପଢ଼ିବେ।
ସୂଚନାଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ବର୍ତ୍ତମାନ ପରିପ୍ରେକ୍ଷୀରେ ନବମ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଠ ପଢ଼ା ଅଫ୍ଲାଇନ୍ ମାଧ୍ୟମରେ ଜାରି ରହିଛି। ଏଥି ସହିତ ପ୍ରଥମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଯାଏଁ ଅନ୍ଲାଇନ୍ରେ କ୍ଲାସ ମଧ୍ୟ ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/361e9365-b073-4c16-95dc-03d5f767838e.jpg)