ଡୁଙ୍ଗୁରିପାଲି: ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ଚେରୁପାଲି ସ୍କୁଲ ଆଗରେ ଭୀମଆର୍ମିର ରାସ୍ତାରୋକ ଆନ୍ଦୋଳନ ହୋଇଛି। ଚେରୁପାଲି ସ୍କୁଲରେ ଅଧ୍ୟୟନରତ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟାକୁ ନେଇ ଆଜି ଭୀମ ଆର୍ମି ପକ୍ଷରୁ ରାସ୍ତାରୋକ ଆନ୍ଦୋଳନ କରିଥିବା ଜଣାଯାଇଛି। ଅଭିଯାଗରୁ ପ୍ରକାଶ ସ୍କୁଲରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଦଳିତ ଜାତି ବୋଲି ଆକ୍ଷେପ କରିବାରୁ ସେ ନିଜ ଓଢଣୀରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲା। ରାସ୍ତା ଉପରେ ଶବ ରଖି ଆନ୍ଦୋଳନ କରିଥିବା ବେଲେ ଘଟଣାସ୍ଥଳରେ ଡୁଙ୍ଗୁରିପାଲି ପୁଲିସ ଆଇନ ଶୃଙ୍ଖଳାକୁ ଜଗିଥିବା ଜଣାଯାଇଛି ।
ଦଳିତ ଜାତି ବୋଲି ଆକ୍ଷେପ କରିବାରୁ ଆତ୍ମହତ୍ୟା କଲା ଅଷ୍ଟମ ଶ୍ରେଣୀ ଛାତ୍ରୀ, ଭୀମଆର୍ମିର ରାସ୍ତାରୋକ ଆନ୍ଦୋଳନ
/sambad/media/post_attachments/wp-content/uploads/2022/11/dunguripali.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)