ପୁରୀ ରଥଖଳାକୁ ୮ମ ପର୍ଯ୍ୟାୟ କାଠ ପଠାଗଲା

ଦଶପଲ୍ଲା : ନୟାଗଡ଼ ବନଖଣ୍ତ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ଆଜି ୮ମ ପର୍ଯ୍ୟାୟ ରଥ କାଠ ରଥଖଳା ଓ କଟକ ଖପୁରିଆସ୍ଥିତ ସ’-ମିଲ୍‌କୁ ପଠାଯାଇଛି। ପୋଖରୀଗୋଛା ଓ ଚଢ଼େୟାପଲ୍ଲୀ ସେକ୍ସନରୁ ୪୦ ଫୁଟିଆ, ୨୦ ଫୁଟିଆ ଓ ୧୨ ଫୁଟିଆ ଧଉରା ଓ ଶିମିଳି କାଠ ଭର୍ତ୍ତି ମୋଟ ୪୬ ଖଣ୍ତ କାଠ ଦୁଇଟି ଟ୍ରକ‌୍ ଯୋଗେ ଅପରାହ୍ଣରେ ଦଶପଲ୍ଲାରୁ ବାହାରିଛି। ଏହି ଦୁଇ ଟ୍ରିପ୍ ମଧ୍ୟରେ ରଥଖଳାକୁ ଧଉରା କାଠ ୪୦ ଫୁଟିଆ ୨୫ ଖଣ୍ତ ଓ ୨୦ ଫୁଟିଆ ୯ ଖଣ୍ତ ପଠାଯାଇଥିବା ବେଳେ ଖପୁରିଆ ସ’-ମିଲ୍‌କୁ ଧଉରା ୧୨ ଫୁଟିଆ ୧୦ ଖଣ୍ତ ଓ ଶିମିଳି ୧୫ ଫୁଟିଆ ୨ ଖଣ୍ତ ପଠାଯାଇଛି।

ସମ୍ବନ୍ଧିତ ଖବର