୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବ୍ୟାପକ ବିଭ୍ରାଟ ହୋଇଥିବା ଅଭିଯୋଗ

ଭୁବନେଶ୍ବର: ୮ମ ଟେଲି ଫିଲ୍ମ ପୁରସ୍କାର ଚୟନରେ ବ୍ୟାପକ ବିଭ୍ରାଟ ହୋଇଥିବା ନେଇ ଅଭିଯୋଗ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ଟେଲି ଆକଟର୍ସ ଆସୋସିଏସନ ଏହି ଅଭିଯୋଗ ଆଣିଛି। ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଟେଲି ଫିଲ୍ମରେ ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରକୁ ସାମିଲ କରାଗଲା କେମିତି? ୨୦ଟି ପୁରସ୍କାରରୁ ୧୨ଟି ପୂର୍ଣ୍ଣାଙ୍ଗ ଫିଚର ଫିଲ୍ମ (ଅବଧି ୨ ଘଣ୍ଟାରୁ ଅଧିକ) ବଛାଯାଇଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ‘ନିମକୀ’, ‘କାଳିଆ କରୁଛି ଲୀଳା’ ଇତ୍ୟାଦି ସାମିଲ ହେଲା କେମିତି?

ଓଡ଼ିଶା ଟେଲି ଆକଟର୍ସ ଆସୋସିଏସନର ଅଭିଯୋଗ ଅନୁସାରେ ଟେଲି ଫିଲ୍ମ ୪୫ ମିନିଟ ଭିତରେ ରହିବା କଥା। ଜୁରୀରେ ୭ ସଦସ୍ୟ ରହିବା ସ୍ଥଳେ ୫ ରହିଲେ କେମିତି? ଶ୍ରେଷ୍ଠ ଟେଲି ଫିଲ୍ମ ‘କାଳିଆ କରୁଛି ଲୀଳା’ ହିନ୍ଦୀ ଫିଲ୍ମର ରିମେକ। ଟେଲି ପୁରସ୍କାର ଜୁରୀ କମିଟିକୁ ବରଖାସ୍ତ କରି ପୁଣି ଥରେ ଚୟନ କରାଯାଉ। ଦାବି କଲେ ସା. ସମ୍ପାଦକ ନରେନ୍ଦ୍ର ପାତ୍ର ଓ ଅନ୍ୟମାନେ।

ସୂଚନାଯୋଗ୍ୟ, ଗତ ୫ ତାରିଖରେ ୮ମ ରାଜ୍ୟ ଟେଲି ପୁରସ୍କାର ମଧ୍ୟ ଘୋଷଣା କରାଯାଇଥିଲା। ଏଥିରେ ‘କାଳିଆ କରୁଛି ଲୀଳା’‌ ଶ୍ରେଷ୍ଠ ଟେଲି ଫିଲ୍ମ ଭାବେ ମନୋନୀତ ହୋଇଛି। ସମାରୋହରେ ଏହି ପୁରସ୍କାର ପାଇଁ ୫୦ ହଜାର ଟଙ୍କା ଓ ମାନପତ୍ର ପାଇବେ ନୀଳମାଧଵ ପଣ୍ଡା।

୮ମ ଟେଲି ପୁରସ୍କାର

-ଶ୍ରେଷ୍ଠ ଚଳଚ୍ଚିତ୍ର: କାଳିଆ କରୁଛି ଲୀଳା
-ଶ୍ରେଷ୍ଠ ପ୍ରଯୋଜକ: ଦୋବାଶିଷ ପାତ୍ର (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ନିର୍ଦ୍ଦେଶକ: ଡି. ଅଶ୍ୱିନୀ ଗଡ଼ନାୟକ (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ଟେଲି ଧାରାବାହିକ: ସରଗମ୍‌
-ଶ୍ରେଷ୍ଠ ଟେଲି ଧାରାବାହିକ ନିର୍ଦ୍ଦେଶକ: ଚଣ୍ଡୀ ପରିଜା (ସରଗମ୍‌)
-ଶ୍ରେଷ୍ଠ ଅଭିନେତା: ଦେବାଶିଷ ପାତ୍ର (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ଅଭିନେତ୍ରୀ: ଲିପ୍ସା ମିଶ୍ର (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତା: ଜୀବନ ପଣ୍ଡା (କାଳିଆ କରୁଛି ଲୀଳା)
-ଶ୍ରେଷ୍ଠ ପାର୍ଶ୍ୱ ଅଭିନେତ୍ରୀ: ମଧୁସ୍ମିତା ପ୍ରଧାନ (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ହାସ୍ୟଭିନେତା:ଶଙ୍କର୍ଷଣ ପ୍ରଧାନ (ରଙ୍ଗିଲା ବୋହୂ)
-ଶ୍ରେଷ୍ଠ ଶିଶୁ କଳାକାର: ପ୍ରସିଦ୍ଧି ନାୟକ (ରଙ୍ଗିଲା ବୋହୂ)

ସମ୍ବନ୍ଧିତ ଖବର