ଭୁବନେଶ୍ବର : ରାଜ୍ୟରେ ଭିନ୍ନକ୍ଷମମାନଙ୍କୁ ଦିଆଯାଉଥିବା ସାର୍ଟିଫିକେଟ୍ କେବଳ ୟୁନିକ୍ ଡିଜାବିଲିଟି ଆଇଡେଣ୍ଟି(ୟୁଡିଆଇଡି) ପୋର୍ଟାଲ ଜରିଆରେ ପ୍ରଦାନ କରାଯାଉଛି। ପୂର୍ବରୁ ମାନୁଆଲ ମୋଡରେ ଏହି ସାର୍ଟିଫିକେଟ୍ ପ୍ରଦାନ କରାଯାଉଥିବା ବେଳେ ଏବେ ତାହାକୁ ବନ୍ଦ କରି ଦିଆଯାଇଛି। ଏଥିପାଇଁ ରାଜ୍ୟବ୍ୟାପୀ ୟୁଡିଆଇଡି ପୋର୍ଟାଲରେ ୯,୮୬,୫୮୭ ଆବେଦନ ଆସିଥିବା ଜଣାପଡ଼ିଛି।
ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦିଆଯାଇଥିବା ବେଳେ ସୂଚନା ଅନୁସାରେ ଆବେଦନ ହୋଇଥିବା ୯.୮ଲକ୍ଷ ଆବେଦନ ମଧ୍ୟରୁ ୫,୭୪,୧୬୪ ୟୁଡିଆଇଡି କାର୍ଡ ଜେନେରେଟ୍ ହୋଇଛି। ୩,୪୭,୫୧୯ ଆବେଦନକୁ ଖାରଜ କରାଯାଇଥିବା ବେଳେ ୬୪,୯୦୪ ଆବେଦନର ପରବର୍ତୀ ସମୟରେ ୟୁଡିଆଇଡି କାର୍ଡ ଜେନେରେଟ୍ କରାଯିବ। ତେବେ ଆସନ୍ତା ୧୦ତାରିଖ ସୁଦ୍ଧା ସମସ୍ତ ବଳକା ୟୁଡିଆଡି ଆବେଦନ ପ୍ରକ୍ରିୟାକୁ ଶେଷ କରିବା ଲାଗି ସବୁ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହାସହ ୨୦୨୨/୨୩ରେ କେତୋଟି ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ(ବିବିଏସ୍ଏ) କ୍ୟାମ୍ପ ଆୟୋଜିତ ହୋଇଛି ତାହା ସଂପର୍କରେ ସୂଚନା ଦେବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/desability-2.jpg)