ଦଣ୍ଡନାଚ ପାଇଁ ପୂଜାର୍ଚ୍ଚନା ବେଳେ ପୁଲିସର ଚଢ଼ଉ, ୯ ଦଣ୍ଡୁଆ ଗିରଫ

ବେଲଗୁଣ୍ଠା: ଲକ୍‌ଡାଉନ୍ ସମୟରେ ଗଞ୍ଜାମ ଜିଲ୍ଲାର ପାଲକଷଣ୍ଢା ଗାଁରେ ଦଣ୍ଡନୃତ୍ୟ ପ୍ରସ୍ତୁତି ବେଳେ ପୁଲିସ୍ ୯ ଜଣଙ୍କୁ ଗିରଫ କରିଥିବା ଘଟଣା ଏବେ ଜିଲ୍ଲରେ ଚର୍ଚ୍ଚାର ବିଷୟ ହୋଇଛି।
କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ତଥା ଓଡ଼ିଶାର ବିଭିନ୍ନ ପ୍ରକାର ସାମୁହିକ ସାମାଜିକ କାର୍ଯ୍ୟ ଓ ଯାନିଯାତ୍ରା ଉପରେ କଟକଣା ଜାରି ହୋଇଛି। ଏନେଇ ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ଦଣ୍ଡନାଚ ପ୍ରଶାସନର କଟକଣା ଯୋଗୁଁ ବନ୍ଦ ହୋଇଯାଇଛି । ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ କିଛି ଦଣ୍ଡୁଆ ଏକତ୍ରିତ ହୋଇ ମନ୍ଦିରରେ ପୂଜା କରୁଥିବା ବେଳେ ଗତକାଲି ଗାଙ୍ଗପୁର ଡି.ଏସ.ପି ଓ ଥାନା ଅଧିକାରୀ ଧୀରେଶ କୁମାର ଦାସ ଚଢ଼ଉ କରି ୫ଜଣ ଦଣ୍ଡୁଆଙ୍କୁ ଗିରଫ କରିଥିବା ବେଳେ ଜଣେ ଖସି ପଳାଇଯାଇଛି ।

ଏନେଇ ଥାନାରେ ୭୯/୨୦ ନମ୍ବରରେ ଏକ ମାମଲା ରୁଜୁ କରାଯାଇଛି। ସେହିପରି ନାଟେଙ୍ଗା ପଞ୍ଚାୟତ ବାଲିଭାଗ ଗ୍ରାମରେ ମଧ୍ୟ ଦଣ୍ଡନାଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ବିଶେଷ ସୂତ୍ରରୁ ଖବର ପାଇ ଗାଙ୍ଗପୁର ପୁଲିସ ସେଠାରେ ଚଢ଼ଉ କରିଥିଲା। ସେଠାରୁ ୪ ଜଣକୁ ଗିରଫ କରିଥିବା ବେଳେ ୮୦/୨୦ ନମ୍ବରରେ ଏକ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର