ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା : କତରବଗା ଥାନା ଘେରାଉ, ରାସ୍ତାରୋକ, ଥାନାରେ ଭଙ୍ଗାରୁଜା ଘଟଣାରେ ୯ ଗିରଫ

ରେଙ୍ଗାଲି : ସମ୍ବଲପୁର ଜିଲ୍ଲା କତରବଗା ବସ୍‌ଷ୍ଟାଣ୍ଡଠାରେ ଶନିବାର ରାତିରେ ଏକ ବଲେରୋ ଧକ୍କାରେ ଜଣଙ୍କର ମୃତ୍ୟୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ କେନ୍ଦ୍ରକରି ସ୍ଥାନୀୟ ଲୋକମାନେ ଶନିବାର ରାତିରେ ରାସ୍ତାରୋକ କରିଥିଲେ। ପରେ ରବିବାର କତରବଗାରେ ରାସ୍ତା ଓ ଥାନା ଘେରାଉ କରିବା ସହ ଭଂଗାରୁଜା କରିଥିଲେ। ପୁଲିସ୍‌ ଏ ନେଇ ୯ ଜଣଙ୍କୁ ଗିରଫ କରିଛି। ଉତ୍ତେଜନା ଦୃଷ୍ଟିରୁ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ଗତକାଲି ଏକ ବଲେରୋ (ଓଆର ୧୫ଆର ୯୦୦୬) ଧକ୍କାରେ କତରବଗାର ପ୍ରଶାନ୍ତ ଧୁରୁଆ (୩୫)ଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ସ୍ତ୍ରୀ ସବିତା (୩୦) ଓ ୨ ବର୍ଷର ଶିଶୁକନ୍ୟା ଗୁରୁତର ଆହତ ହୋଇଥିଲେ।

ଏହି ଦୁର୍ଘଟଣାକୁ କେନ୍ଦ୍ର କରି ଆଜି ସକାଳ ୧୦ଟାରେ କତରବଗା ଥାନା ସମ୍ମୁଖରେ ରାସ୍ତା ଅବରୋଧ କରିବା ସହ ଭଂଗାରୁଜା ଆରମ୍ଭ କରି ଦେଇଥିଲେ। ଅପରାହ୍‌ଣ ୨ଟାରେ ଶବ ବ୍ୟବଚ୍ଛେଦ ହୋଇ ଆସିବା ପରେ ଥାନା ଘେରାଉ କରାଯାଇଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରାଯାଇଛି। ଆଲୋଚନା ଜାରି ରହିଥିବା ବେଳେ ଘଟଣାସ୍ଥଳରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର