୯ ମେଡିକାଲ ଅଧିକାରୀଙ୍କ ବଦଳି

ଭୁବନେଶ୍ବର : ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ଏକ ଛୋଟ ଧରଣର ଅଦଳ ବଦଳ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ୯ଜଣ ମେଡିକାଲ ଅଧିକାରୀଙ୍କ ବଦଳି ହୋଇଛି। ବଲାଙ୍ଗୀର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡା. ଶଙ୍କର ପ୍ରସାଦ ମେହେରଙ୍କୁ ବଲାଙ୍ଗୀର ଜିଲ୍ଲା ସିଡିଏମ୍‌ଓ ଦାୟିତ୍ବ ଦିଆଯାଇଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡା.ନନ୍ଦ କିଶୋର ପାଢ଼ୀ ବରଗଡ଼ ଜିଲ୍ଲା ସିଡିଏମ୍‌ଓ, ନବରଙ୍ଗପୁର ଜିଲ୍ଲା ସିଡିଏମ୍‌ଓ ଡା.ସରୋଜ କୁମାର ନାୟକ ସୋନପୁରର ସିଡିଏମ୍‌ଓ ହୋଇଥିବା ବେଳେ ସୋନପୁର ସିଡିଏମ୍‌ଓ ଡା.ବିଜୟଲକ୍ଷ୍ମୀ ଗୁରୁଙ୍କୁ ନବରଙ୍ଗପୁର ଜିଲ୍ଲା ସିଡିଏମ୍‌ଓ ଦାୟିତ୍ବ ଦିଆଯାଇଛି। ଅପରପକ୍ଷରେ ମୟୂରଭଞ୍ଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁରୋଗ ବିଶେ‌ଜ୍ଞ ଡା. ପ୍ରଦୀପ କୁମାର ମହାପାତ୍ର ଢେଙ୍କାନାଳ ସିଡିଏମ୍‌ଓ(ଭାରପ୍ରାପ୍ତ) ଦାୟିତ୍ବ ଦିଆଯାଇଥିବା ବେଳେ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଶିଶୁରୋଗ ପରାମର୍ଶଦାତା ଡା.ବିଜୟ କୁମାର ପାଣିଗ୍ରାହୀଙ୍କୁ ଗଜପତି ଜିଲ୍ଲା ସିଡିଏମ୍‌ଓ(ଭାରପ୍ରାପ୍ତ), ମାଲକାନାଗରି ଡିପିଏଚ୍‌ଓ ଡା.ଅମରେନ୍ଦ୍ର ନାଥ ମହାନ୍ତିଙ୍କୁ ଅନୁଗୁଳ ଜିଲ୍ଲା ସିଡିଏମ୍‌ଓ(ଭାରପ୍ରାପ୍ତ) ଦାୟିତ୍ବ ଦିଆଯାଇଛି। ଜଗତସିଂହପୁର ସିଡିଏମ୍‌ଓ ଡା.ଅଶୋକ କୁମାର ପଟ୍ଟନାୟକ କ୍ୟାପିଟାଲ ହସ୍ପିଟାଲର ଅଧୀକ୍ଷକ ଓ ଜଗତସିଂହପୁର ଡିଏମ୍‌ଓ ତଥା ଅଧୀକ୍ଷକ ଡା.ମହେଶ୍ବର ପ୍ରଧାନଙ୍କୁ ସିଡିଏମ୍‌ଓ(ଭାରପ୍ରାପ୍ତ) ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର