କୋଇଡ଼ା: ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରୁ ଭୁବନେଶ୍ବର ଯାଉଥିବା ଏକ ରାତ୍ରିକାଳିନ ବସ୍ରୁ କୋଇଡ଼ା ପୁଲିସ ୯ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରି ସେମାନଙ୍କ ପରିବାର ଲୋକଙ୍କ ଜିମା ଦେଇଛି। ଉଦ୍ଧାର ଶିଶୁ ଶ୍ରମିକଙ୍କ ବୟସ ୧୪ରୁ ୧୭ ମଧ୍ୟରେ ହୋଇଥିବାବେଳେ ୮ ଜଣ ଶିଶୁ କୋଇଡ଼ା ନିକଟ ପାଟମୁଣ୍ଡା ପଞ୍ଚାୟତର ଏବଂ ଅନ୍ୟ ଜଣେ କେନ୍ଦୁଝର ଜିଲ୍ଲ ଗୁଆଲି ଅଞ୍ଚଳର ବୋଲି ଚିହ୍ନଟ ହୋଇଛି। ଏମାନେ କୋଇଡ଼ା ବସ୍ଷ୍ଟାଣ୍ଡରୁ ବସ୍ ଯୋଗେ ଭୁବନେଶ୍ୱର ଯାଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାନ୍ତେ। ଶିଶୁ ମାନଙ୍କୁ ପ୍ରଥମେ ବସ୍ଷ୍ଟାଣ୍ଡରେ ବୁଲୁଥିବା ଦେଖି ଲୋକେ ଏକ ସ୍ୱେଚ୍ଛାସେବୀ ସଙ୍ଗଠନକୁ ଖବର ଦେଇଥିଲେ। ଘଟଣା ସଂପର୍କରେ ସୂଚନା ପାଇ ପୁଲିସ ପହଞ୍ଚି ପଚାର ଉଚାର କରିବା ପରେ ସମସ୍ତ ଘଟଣା ସମ୍ନାକୁ ଆସିଥିଲା। କେହି ଜଣେ ଶ୍ରମିକ ଦଲାଲ୍ ଭୁବନେଶ୍ୱରରୁ ରୀତିମତ ଫୋନ ଯୋଗେ କୋଇଡ଼ା ଅଞ୍ଚଳରୁ ଶିଶୁ ମାନଙ୍କୁ ନେଇ ଦାଦନ ନିମନ୍ତେ ବାହାର ରାଜ୍ୟକୁ ପଠାଉଥିବା ପୁଲିସ ସୂଚନା ପାଇଥିଲା। ଘଟଣାସ୍ଥଳରେ ସ୍ଥାନୀୟ ସିଡିପିଓ ମିନତି ମହାପାତ୍ର ପହଞ୍ଚି ଶିଶୁ ମାନଙ୍କ ବିଷୟରେ ପଚାର ଉଚାର ପରେ ସ୍ଥାନୀୟ ପୁଲିସର ସହାୟତାରେ ଉଦ୍ଧାର ୯ ଶିଶୁଙ୍କୁ ସେମାନଙ୍କ ଘରେ ଛଡ଼ାଯାଇଥିଲା।
ଯାତ୍ରୀବାହୀ ବସ୍ରୁ ୯ ଶିଶୁ ଶ୍ରମିକ ଉଦ୍ଧାର
/sambad/media/post_attachments/wp-content/uploads/2022/07/91f50e4e-d912-4be8-a631-6eb9d911186b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)