ଘୁ.ଉଦୟଗିରି: ବିଜେଡି ଉପାଧ୍ୟକ୍ଷଙ୍କୁ ପଦବିରୁ ହଟେଇବା ପାଇଁ ଦଳର କାଉନସିଲରମାନେ ଅନାସ୍ଥା ଆଣିବା ଏବଂ ବିଜେଡି ସହ ବିଜେପି କାଉନସିଲରମାନେ ସାମିଲ ହେବା ଭଳି ଘଟଣା ସମସ୍ତଙ୍କୁ ଚକିତ କରିଛି। ପୁଣି ନଗର ବିଜେଡି ସଭାପତିଙ୍କ ନେତୃତ୍ୱରେ ଅନସ୍ଥା ଆଣିବା ବିଜେଡିର ଗୋଷ୍ଠୀ କନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିବା ଭଳି ଦେଖିବାକୁ ମିଳିଛି। ରାଜ୍ୟରେ ବିଜେପି ଏବଂ ବିଜେଡିର ଅହି ନକୁଳ ସମ୍ପର୍କ ରହିଥିବା ବେଳେ ଘୁ.ଉଦୟଗିରି ଏନଏସିରେ ବିଜେଡି-ବିଜେପି ମିଳିତ ଭାବେ ଅନସ୍ଥା ଅଭିଯାନ କରିବା ସହରବାସୀଙ୍କ ପାଇଁ ଆଲୋଚନାର ଖୋରାକ ଯୋଗେଇଛି।
ଏହି ଖବର ପଢ଼ନ୍ତୁ: ଏନ୍ଏସି ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ପୌର ନିର୍ବାଚନରେ ଘୁ.ଉଦୟଗିରି ଏନ୍ଏସିରେ ବିଜେଡିର ଅଧ୍ୟକ୍ଷା ବିଜୟୀ ହୋଇଥିବା ବେଳେ ବିଜେଡିରୁ ୭, ବିଜେପିରୁ ୪, କଂଗ୍ରେସରୁ ଜଣେ ଏବଂ ଜଣେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ଏନଏସି ଅଧ୍ୟକ୍ଷା ଭାନୁପ୍ରଭା ମିଶ୍ରଙ୍କ ବିୟୋଗ ହୋଇଯିବା ପରେ ଉପାଧ୍ୟକ୍ଷ ସନ୍ତୋଷ ବାଘ ଦାୟିତ୍ୱରେ ଥିଲେ। ପୌର ନିର୍ବାଚନରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ପୂର୍ବତନ ଏନଏସି ଅଧ୍ୟକ୍ଷ ସଞ୍ଜୀବ ପାତ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା। କିନ୍ତୁ ସ୍ବର୍ଗତ ଭାନୁପ୍ରଭା ମିଶ୍ରଙ୍କ ବିୟୋଗ ପରେ ପୁଣି ସାନି ନିର୍ବାଚନ ବେଳେ ବିଜେଡି ସଂଜୀବ ପାତ୍ରଙ୍କ ଉପରୁ ନିଲମ୍ବନ ହଟେଇ ପୁଣି ଦଳରେ ସାମିଲ କରିଥିଲେ।
ଏହି ଖବର ପଢ଼ନ୍ତୁ: ମସଲା ମିସନରେ ଗୋଲମରିଚ ଚାଷ
ଅସନ୍ତୋଷ ଭିତରେ ସହରର ବିକାଶ ବାଟବଣା ହେବାରେ ଲାଗିଛି। ବିଜେପି ବିରୋଧୀ ଦଳ ଭୂମିକା ନିର୍ବାହ କରିବା ବଦଳରେ ବିଜେଡିର କାଉନସିଲରମାନେ ବିରୋଧ ଜାରି ରଖି ଭିତରେ ଭିତରେ ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନସ୍ଥା ପାଇଁ ଯୋଜନା ପ୍ରସ୍ତୁତ କରି ଶେଷରର ଗତ ସପ୍ତାହେ ହେଲା ସହର ବାହାରକୁ ଯାଇ ଫୁଲବାଣୀ ଠାରେ ଗତକାଲି ଅନାସ୍ଥା ପାଇଁ ଲିଖିତ ଭାବେ ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।
କିଛି ଦିନ ପରେ ତାଙ୍କୁ ବିଜେଡି ନଗର ସଭାପତି ଦାୟିତ୍ୱ ପ୍ରଦାନ କରିଥିଲେ। ସେ ବର୍ତମାନ ୫ନଂ ୱାର୍ଡର କାଉନସିଲର ଅଛନ୍ତି।ଏହି ସମୟରେ ୮ନଂ ୱାର୍ଡ କାଉନସିଲର ଯାକେଶ ପ୍ରଧାନ କଂଗ୍ରେସ ଦଳ ଛାଡି ବିଜେଡିରେ ସାମିଲ ହୋଇଥିବା ବେଳେ ୯ନଂ ୱାର୍ଡ କାଉନସିଲର ବିଜେପି ଛାଡି ବେଜେଡିରେ ସାମିଲ ହୋଇଥିଲେ। ଦୀର୍ଘ ଛଅ ମାସ ହେଲା ସ୍ଥାନୀୟ ଏନଏସିରେ ଅଚଳାବସ୍ଥା ଲାଗି ରହିଥିଲା। କେତେବେଳେ କାଉନସିଲରମାନେ ଦୁର୍ନୀତି ହୋଇଥିବା ନେଇ ହୋହଲା କରୁଥିଲେ ତ କେତେବେଳେ କାଉନସିଲ ବୈଠକ ବର୍ଜନ କରୁଥିଲେ।
ଏହି ଖବର ପଢ଼ନ୍ତୁ: ରାଜ୍ୟରେ ଲକ୍ଷେ ୭୭ ହଜାର ୬୮ ମୃତ ହିତାଧିକାରୀ ଚିହ୍ନଟ