ଭିମସାର କୋଭିଡ ଡାକ୍ତରଖାନାରେ ୯ ମୃତ

ସମ୍ବଲପୁର : ଭିମସାର କୋଭିଡ ଡାକ୍ତରଖାନାରେ ଗୋଟିଏ ଦିନରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଗୋଟିଏ ଦିନ ମଧ୍ୟରେ ଏତେ ସଂଖ୍ୟକ ମୃତ୍ୟୁ ଯୋଗୁଁ ୫ ଜଣଙ୍କ ମୃତଶରୀର ସ୍ବର୍ଗଦ୍ବାରକୁ ପଠାଯାଇଛି। ଆହୁରି ୪ ଜଣଙ୍କ ମୃତଶରୀର ଡାକ୍ତରଖାନା ମଧ୍ୟରେ ରହିଛି। ଗୋଟିଏ ଦିନରେ ଏତେ ସଂଖ୍ୟକ ମୃତ୍ୟୁ ଭିମ୍‌ସାର ଡାକ୍ତରଙ୍କ ଚିନ୍ତା ବଢାଇ ଦେଇଛି। ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଗୋଟିଏ ପରେ ଗୋଟିଏ କୋଭିଡ୍‌ ଡାକ୍ତରଖାନା ବନ୍ଦ ହେବାରେ ଲାଗିଛି। ରାଉରକେଲା ଓ ସମ୍ବଲପୁରର ଘରୋଇ କୋଭିଡ୍‌ ଡାକ୍ତରଖାନା ବି ବନ୍ଦ ହୋଇ ସାରିଛି। ତେଣୁ ଗୁରୁତର ରୋଗୀଙ୍କ ପାଇଁ ଭିମ୍‌ସାର ହିଁ ଏକମାତ୍ର ଭରସା। ଏହା ସତ୍ତ୍ବେ ଏଠାରେ ମାତ୍ର ୨୦ ଶଯ୍ୟା ବିଶିଷ୍ଟ ଆଇସିୟୁ ରହିଛି। ଚିକିତ୍ସାଧୀନ ଅବସ୍ଥାରେ କୌଣସି ରୋଗୀଙ୍କ ଅବସ୍ଥା ବିଗିଡ଼ିଲେ, ହଠାତ ଆଇସିୟୁ ଯୋଗାଇ ଦିଆଯାଇ ପାରୁ ନାହିଁ। ସଂକ୍ରମଣ ବୃଦ୍ଧିକୁ ଦେଖି ଭିମସାରରେ ଶଯ୍ୟା ବୃଦ୍ଧିର ଆବଶ୍ୟକତା ରହିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର